
ଜଟଣୀ,୨୧/୦୭ ପ୍ରସିଦ୍ଧ ଜଟଣୀ ଗଣେଶ ପୂଜା ସାରା ଓଡ଼ିଶାରେ ଖ୍ୟାତି ଅର୍ଜନ କରିଛି। ମାତ୍ର ଚଳିତବର୍ଷ ବିଶ୍ବବ୍ୟାପି ମହାମାରୀ କରେନା ଯୋଗୁଁ ଜଟଣୀର ପ୍ରସିଦ୍ଧ ଗଣେଶ ପୂଜା ଅନିଶ୍ଚିତତା ମଧ୍ୟରେ ରହିଥିବା ଜଟଣୀ ଥାନା ପରିସରରେ ହୋଇଥିବା ପ୍ରଥମ ପର୍ଯ୍ୟାୟ ପୁଲିସ ପ୍ରଶାସନ ଓ ପୂଜା କମିଟି ବୈଠକରୁ ଜଣାଯାଇଛି। ଜଟଣୀର ପ୍ରସିଦ୍ଧ ଗଣେଶ ପୂଜା ପାଇଁ ଏକମାସ ପୂର୍ବରୁ ପ୍ରମୁଖ ୧୩ଟି ପୂଜା ପେଣ୍ଡାଲଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥାଏ। ମାତ୍ର ଚଳିତବର୍ଷ ମହାମାରୀ କରୋନା ସଂକ୍ରମଣର ଭୟବହତାକୁ ନେଇ ବର୍ଷ ବର୍ଷର ପରମ୍ପରା ଏବେ କ୍ଷୁର୍ଣ୍ଣ ହେବା ଏକ ପ୍ରକାର ନିଶ୍ଚିତ ହୋଇଛି। ଜଟଣୀର ପ୍ରମୁଖ ପୂଜା ବଜାର ମଧ୍ୟରୁ ରାଜା ବଜାର, ରେଳ ଓ ଗୋଲେଇ ମାର୍କେଟ, ସୀତାରାମ ଛକ, ହରିଭାଇନା ଛକ, କୁଦିଆରୀ ବଜାର ପ୍ରଭୃତି ପୂଜା କମିଟିର ମୁଖ୍ୟ ସୋମବାର ଅପରାହ୍ନରେ ଜଟଣୀ ଥାନା ପରିସରରେ ଆଇଆଇସି ବିଶ୍ବରଞ୍ଜନ ସାହୁଙ୍କ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ବୈଠକ ଅନୁଷ୍ଠିତ ହୋଇଯାଇଛି। କୋଭିତ୍-୧୯ ସଂକ୍ରମଣ ଚାରିଆଡେ ବ୍ୟାପୁଥିବା ନେଇ ଚଳିତବର୍ଷ କେବଳ ପରମ୍ପରାକୁ ବଜାୟ ରଖିବା ପାଇଁ ବିଗ୍ରହ ପୂଜା କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ବିଗ୍ରହ ପୂଜା ପରେ ଦ୍ବିତୀୟ ଦିନରେ ମୂର୍ତ୍ତି ବିସର୍ଜନ କରିବାକୁ କୁହାଯାଇଛି।ହେଲେ ଏହା ଦ୍ବିତୀୟ ପର୍ଯ୍ୟାୟ ବୈଠକରେ ଉଚ୍ଚ ପ୍ରଶାସନିକ ଅଧିକାରୀଙ୍କ ସହିତ ଆଲୋଚନା ପରେ ଜଣାପଡିବ ବୋଲି ଆଇଆଇସି କହିଛନ୍ତି।
ରିପୋର୍ଟ ସଞ୍ଜୀବ କୁମାର



