Sunday, October 11, 2026
Home ଜାତୀୟ ଭାରତୀୟ ବାୟୁସେନା କମାଣ୍ଡର୍ସ ସମ୍ମିଳନୀ

ଭାରତୀୟ ବାୟୁସେନା କମାଣ୍ଡର୍ସ ସମ୍ମିଳନୀ

9
Air Chief Marshal RKS Bhadauria (File photo)

ନୂଆଦିଲ୍ଲୀ,୨୧-୦୭ : ବାୟୁସେନା କମାଣ୍ଡର୍ସ ସମ୍ମିଳନୀ (ଏଏଫସିସି) ୨୨-୨୪ ଜୁଲାଇ ୨୦୨୦ରୁ ନୂଆଦିଲ୍ଲୀସ୍ଥିତ ବାୟୁସେନା ମୁଖ୍ୟାଳୟ (ବାୟୁ ଭବନ)ରେ ଅନୁଷ୍ଠିତ ହେବ । ସମ୍ମିଳନୀର ବିଷୟବସ୍ତୁ ହେଉଛି “ପରବର୍ତ୍ତୀ ଦଶନ୍ଧିରେ ଭାରତୀୟ ବାୟୁସେନା” । ମାନ୍ୟବର ପ୍ରତିରକ୍ଷା ମନ୍ତ୍ରୀ ଏହି ଉତ୍ସବକୁ ୨୨ ଜୁଲାଇ ୨୦୨୦ରେ ଉଦ୍ଘାଟନ କରିବାର କାର୍ୟ୍ୟକ୍ରମ ରହିଛି । ଉଦ୍ଘାଟନୀ ସମାରୋହରେ ପ୍ରତିରକ୍ଷା ସଚିବ ତଥା ପ୍ରତିରକ୍ଷା ଉତ୍ପାଦନ ସଚିବ ମଧ୍ୟ ଉପସ୍ଥିତ ରହିବେ ।

ବାୟୁସେନା ମୁଖ୍ୟ, ଏୟାର ଚିଫ୍ ମାର୍ଶଲ ଆର.କେ.ଏସ୍ ଭଦୌରିଆ ଏଫସିସିରେ ଅଧ୍ୟକ୍ଷତା କରିବେ । ତିନି ଦିନିଆ ସମ୍ମିଳନୀର ଆଲୋଚନା ମଧ୍ୟରେ ବର୍ତ୍ତମାନର କାର୍ୟ୍ୟାନୁଷ୍ଠାନ କ୍ଷମତା ଏବଂ ମୁତୟନ ସ୍ଥିତିର ସମୀକ୍ଷା ହେବ । ପରବର୍ତ୍ତୀ ଦଶନ୍ଧି ପାଇଁ ଭାରତୀୟ ବାୟୁସେନାର କାର୍ୟ୍ୟାନୁଷ୍ଠାନ କ୍ଷମତା ବୃଦ୍ଧି ପାଇଁ କାର୍ୟ୍ୟ ଯୋଜନା ଉପରେ ମଧ୍ୟ ଆଲୋଚନା କରାଯିବ ।