ଭୁବନେଶ୍ୱର, (ଜ଼ିଲ୍ଲା ଖବର) : ବାସ୍ତବ ଜୀବନରେ କିନ୍ନର ରାଣୀ ଓ ଉଦାରତାର ପରିଚୟ ଦେଇଥିଲେ ଭୁବନେଶ୍ୱର ଉବେରରେ ଗାଡି ଚଳାଉଥିବାର ବେଳେ ସେ ଲୋକଙ୍କ ନଜରିଆ କୁ ଆସିଥିଲେ କିନ୍ନର ସମାଜ ପ୍ରତି ଯେଭଳି ଥାଉ ନା କାହିଁକି ରାଣୀଙ୍କ ଇଛାଶକ୍ତି ଓ ପ୍ରତିବଦ୍ଧତାକୁ ଭାଙ୍ଗି ଦେଇପାରିନଥିଲା । କିଛି ନୂଆ କରିବାର ଆକାଂକ୍ଷା ତାଙ୍କୁ ଆଜି ଏକ ଭିନ୍ନ ପରିଚୟ ଦେଇଛି । ନିଜ ଗାଡ଼ିରେ ବସୁଥିବା ଯାତ୍ରୀଙ୍କ ପ୍ରତି ଉତ୍ତମ ବ୍ୟବହାର ପାଇଁ ଏବେ ରାଜଧାନୀବାସିନ୍ଦାଙ୍କ ପାଇଁ ପ୍ରଥମ ପସନ୍ଦ ପାଲଟିଛନ୍ତି ରାଣୀ ।



