
ବାଲିଗୁଡ଼ା,୨୦/୦୭(ଜିଲ୍ଲା ଖବର) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଆଡିମାହା ପଞ୍ଚାୟତ ଲିଙ୍ଗେରୀସାହିରେ ସ୍ୱୟଂ ସହାୟକ ଗୋଷ୍ଠିରେ ଥିବା ଗ୍ରୁପର ମା ମାନେ ଏକତ୍ରିତ ହୋଇ ମଦ ରନ୍ଧାଳି ଓ ମଦ ବିକୁଥିବା ଲୋକଙ୍କୁ ଆଗରୁ ବୁଝେଇ ଆସୁଥିଲେ |ଏହାକୁ କେତେକ ଅମାନିଆ ଲୋକ ନ ମାନିବାରୁ ସକାଳୁ ବାଲିଗୁଡ଼ା ଥାନାକୁ ଖବର ଦେଇଥିଲେ | ଖବର ପାଇ ବାଲିଗୁଡ଼ା ଥାନା ଏସଆଇ କୁଳମଣି ରାଉତ ଓ ପୋଲିସ କର୍ମଚାରୀ ମିଶି ଲିଙ୍ଗେରୀସାହିରେ ସ୍ୱୟଂ ସହାୟକ ଗୋଷ୍ଠିରେ ଥିବା ଗ୍ରୁପର ମା ମାନେ ଏକତ୍ରିତ ହୋଇ ଭାଟି ଭାଙ୍ଗିବା ସହ ପୋଚ ନଷ୍ଟ କରିଥିଲେ |
ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ



