
ବାଲିପଦର,୨୦/୦୭(ଜିଲ୍ଲା ଖବର) : ସେ ଥିଲେ ଜଣେ ସ୍ବେଛାକୃତ ସମାଜସେବୀ lସବୁବେଳେ ଗରିବମାନଙ୍କ ପାଖରେ ରହି ଗରିବଙ୍କ ସୁଖ ଦୁଃଖ ବୁଝିଲା ପରି ଜଣେ ମା l ତାଙ୍କ ନାମ ହେଉଛି ଅହଲ୍ୟା ଦେବି l ମୃତ୍ୟୁ ବେଳକୁ ୬୧ ବର୍ଷ ହୋଇଥିଲା l ନାରୀ ମାନଙ୍କ ସଂମାନ ଓ ଶିକ୍ଷାରେ ସହ ଯୋଗ କରିବା ପାଇଁ ନିଜେ ଗୋଟେ ବିଦ୍ୟାଳୟ ପ୍ରତିଷ୍ଠା କରି ଥିଲେ ଯାହାର ନାଁ ଥିଲା ଅହଲ୍ୟା ଦେବୀ ମହିଳା ଉଚ୍ଚବିଦ୍ୟାଳୟ l ସେ ସବୁବେଳେ ଚାହୁଁ ଥିଲେ ଝିଅ ଟିଏ କେମିତି ପାଠ ପଢି ଶିକ୍ଷିତ ହେବ l ନାରୀ ଶିକ୍ଷିତ ହେଲେ ସମାଜ ସୁନ୍ଦର ଏବଂ ସୁରକ୍ଷିତ ରହିବ ବୋଲି ତାଙ୍କର ବିଶ୍ୱାସ ଥିଲା lସବୁବେଳେ ଅନ୍ୟମାନଙ୍କ କଥା ଚିନ୍ତା କରୁଥିବା ସେଇ ଅହଲ୍ୟା ଦେବୀ ଆଜି ଆଉ ଆମ ଗ୍ରହଣ ନାହାନ୍ତି l ସବୁଦିନ ପାଇଁ ଆମକୁ ଶୋକଛାୟାରେ ଭସେଇ ଦେଇ ଆର ପାରିକୁ ଚାଲି ଯାଇଛନ୍ତି l ତେଣୁ ତାଙ୍କ ଅମର ଆତ୍ମାର ସଦଗତି ପାଇଁ ଭଗବାନଙ୍କ ଠାରେ ଆମେ ଅଶେଷ ଅଶେଷ ପାର୍ଥନା କରୁଛୁ ।


