
ଭୁବନେଶ୍ୱର, ୨୦-୦୭ (ଜ଼ିଲ୍ଲା ଖବର): ବର୍ଷିୟାନ ଅଭିନେତା ବିଜୟ ମହାନ୍ତିଙ୍କ ପରଲୋକ ଘଟିଛି । ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ସୋମବାର ବିଳମ୍ବିତ ରାତିରେ ସେ ଶେଷ ନିଃଶ୍ୱାସ ତ୍ୟାକ କରିଛନ୍ତି । କିଛିଦିନ ହେଲା ସେ ଅସୁସ୍ଥ ହୋଇ ହସପିଟାଲାରେ ଭର୍ତ୍ତି ହୋଇଥିଲେ । ତାଙ୍କ ବିୟୋଗରେ ଓଡ଼ିଶା ସିନେଜଗତରେ ଏକ ଅପୂରଣୀୟ କ୍ଷତି ହୋଇଛି । ୧୯୫୦ ମସିହାରେ କେନ୍ଦ୍ରାପଡା ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ଆଦିକନ୍ଦ ମହାନ୍ତି ଓ ଶାନ୍ତିଲତା ମହାନ୍ତିଙ୍କ ସୁପୁତ୍ର ବିଜୟ ମହାନ୍ତି ଗ୍ରାଜୁଏସନ ପାସ କରିବା ପରେ ନ୍ୟାସନାଲ ସ୍କୁଲ ଆଣ୍ଡ ଡ୍ରାମାରେ ଯୋଗ ଦେଇଥିଲେ । ସେଠାରେ ସେ ବଲିଉଡର ଖ୍ୟାତିନାମା କଳାକାର ନାସିରୁଦ୍ଦିନ ଶାହା, ରାଜ ବାବର ଓ ଓମ୍ପୁରୀ ସହ ଉର୍ତ୍ତିଣ୍ଣ ହୋଇଥିଲେ । ୧୯୭୫ ମସିହା ପର୍ଯ୍ୟନ୍ତ ସେ ଦିଲ୍ଲୀରେ ରହିବା ପରେ ଓଡ଼ିଶା ଫେରିଥିଲେ । ୧୯୭୭ରେ ‘ଚିକିକା ତିରେ’ ସିନେମାରୁ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ପରେ ସେ ନାଗଫାସ, ଦଣ୍ଡାବାଳୁଙ୍ଗା, ଜଗାହାତରେ ପଘା, ପୁଅମୋର କଳା ଠାକୁର ଭଳି ଅନେକ ଓଡ଼ିଶା ସିନେମାରେ ଅଭିନୟ କରି ଓଡ଼ିଶାର ଘରେଘରେ ପରିଚିତ ହୋଇପାରିଛନ୍ତି । କେବଳ ସେ ଜଣେ ଅଭିନେତା ନୁହଁନ୍ତି, ବରଂ ଜଣେ ଭଲ ମଣିଷ ଭାବେ ଜଣାଶୁଣା । ଉଚ୍ଚୋକୋଟିର ଅଭିନୟ ପାଇଁ ତାଙ୍କୁ ୨୦୧୪ରେ ଜୟଦେବ ପୁରସ୍କାର ମିଳିଥିଲା । କେବେଳ ଏହି ଗୋଟିଏ ନୁହେଁ ସେ ତାଙ୍କ ଅଭିନୟ ସମୟରେ ଶହଶହ ପୁରସ୍କାର ପାଇଛନ୍ତି । ସେହିପରି ସେ କଂଗ୍ରେସ ଦଳ ପକ୍ଷରୁ ଭୁବନେଶ୍ୱର ସାଂସଦ ଭାବେ ନିର୍ବାଚନ ମଧ୍ୟ ଲଢିଛନ୍ତି । ବିଜୟଙ୍କ ବିୟୋଗରେ କେବଳ ସିନେଜଗତ ନୁହେଁ ବରଂ ସାରା ଓଡ଼ିଶାରେ ଶୋକର ଛାୟା ଖେଳିଯାଇଛି ।




