
ହିଞ୍ଜିଳିକାଟୁ,୨୦/୭(ଜିଲ୍ଲା ଖବର) : ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ଶିକିରି ଗ୍ରାମ ଦେଇ ଚିରସ୍ରୋତା ଋଷିକୁଲ୍ୟା ନଦୀ ପ୍ରଭାବିତ ହେଉଛି।ନଦୀ ତଟରେ ଥିବା ଗୋଚର ଜମିରେ ସ୍ବେଛାସେବୀଙ୍କ ଦ୍ଵାରା ନଦୀ ତଟର ସୁରକ୍ଷା ଅର୍ଥାତ୍ ବନ୍ଯା ସମୟରେ ଜଳରାଶି କୂଳଲଙ୍ଗିବା ଦାଉରୁ ରକ୍ଷା ପାଇବା ପାଇଁ ବିଭିନ୍ନ ବୃକ୍ଷରୋପଣ କରିଛନ୍ତି।କିନ୍ତୁ ବିଡମ୍ବନାର ବିଷୟ ପ୍ରଶାସନ ଆଖିରେ କଳାକନା ବୁଲାଇ ବାଲି ମାଫିଆମାନେ ଖୁଲମଖୁଲା ଗୋଚର ଜମିରୁ ବାଲି ଚାଲଣା କରିବା ସହ ଲଗାଯାଇଥିବା ବୃକ୍ଷ ଆଦିକୁ ନଷ୍ଟ କରିବା ପରିଲକ୍ଷିତ ହେଉଛି।।ପ୍ରକାଶ ଥାଉ ଯେ ଉକ୍ତ ଗ୍ରାମର ଏବଂ ନିକଟସ୍ଥ ଗ୍ରାମର ୧୫ ରୁ ୨୦ ଟ୍ରାକ୍ତର ମାଲିକ ମାନେ ମିଶି ପ୍ରତିଦିନ ରାତିରେ ମାଟି ଚୋରି କରୁଛନ୍ତି ଯାହା ଦ୍ଵାରା ଲଗାଯାଇଥିବା ବୃକ୍ଷ ସମ୍ପୂର୍ଣ୍ଣ ନଷ୍ଟ ହେବା ସହ ମାଟି ଖନନ ଦ୍ଵାରା ଭବିଷ୍ୟତରେ କୁଲଘାଇ ନଷ୍ଟ ହୋଇ ବନ୍ୟାର ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି।ଏହି ସମସ୍ଯାକୁ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ସତ୍ତ୍ବେ କୌଣସି କାର୍ଯ୍ୟାନୁଷ୍ଠାନ ନହେବା ପରିବେଶବିତ୍ ଓ ସ୍ବେଚ୍ଛାସେବୀ ମହଲରେ ଅସନ୍ତୋଷ ଦେଖାଗଲାଣି।ତେଣୁ ଘଟଣା ପ୍ରତି ଆନ୍ତରିକତା ପ୍ରକାଶ କରି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଭବିଷ୍ଯତରେ ପ୍ରଶାସନ ସାଧାରଣ ଜନତାଙ୍କ ଆକ୍ରୋଶର ଶୀକାର ହେବା ବିଶେଷ ସୂତ୍ରରୁ ଜଣାପଡିଛି।


