
ବାଲିଗୁଡା,୧୯/୦୭{ଜିଲ୍ଲା ଖବର}:କନ୍ଧମାଳ ଜିଲ୍ଲା ବାଲିଗୁଡା NAC ଅନ୍ତର୍ଗତ ମୁଣ୍ଡାସାହିରେ ଶନିବାର ଦିନ ଜଣେ ମୃତ ବ୍ୟକ୍ତିଙ୍କ ସୁଦ୍ଧକ୍ରିୟା ଚାଲିଥିବା ବେଳେ ସେଥିରେ କୋଲକାତା ରୁ ଆସି ଗୋଟିଏ ପରିବାର ୪ ଜଣ ସଦସ୍ୟ ଯୋଗ ଦେଇଥିବା ସୂଚନା ପାଇବା ପରେ ବାଲିଗୁଡା ତହସିଲଦାର କ୍ଷିରାବ୍ଧି ତନୟା ସାହୁ ଘଟଣା ସ୍ଥଳରେ ପହଞ୍ଚି ଥିଲେ। କୋଲକାତା ରୁ ଆସିଥିବା ସେହି ୪ ଜଣ କୌଣସି ପଞ୍ଜିକୃତ ଅଧିକାରୀ ଙ୍କ ଠାରୁ ଅନୁମତି ଆଣି ନ ଥିବାରୁ ତହସିଲଦାର ଏହି ଘଟଣା ସମ୍ପର୍କରେ ତଦନ୍ତ କରିଥିବା ବେଳେ ବାଲିଗୁଡା ଆଦିବାସୀ କଲେଜ ଅଧ୍ୟାପକ ତେଜସ୍ବର ନାୟକ ତାଙ୍କୁ ଗାଳି ଗୁଲଜ କରିବା ସହ ଖରାପ ବ୍ୟବହାର କରିଥିଲେ। ଏ ନେଇ ତହସିଲଦାର କନ୍ଧମାଳ ଜିଲ୍ଲାପାଳଙ୍କୁ ବାଲିଗୁଡା ଉପଜିଲ୍ଲାପାଳଙ୍କୁ ଜଣାଇବା ସହ ବାଲିଗୁଡା ଥାନାରେ ଲିଖିତ ଏତଲା ଦେଇଛନ୍ତି। ଫଳରେ ଏତଲା କୁ ଆଧାର କରି ବାଲିଗୁଡା ଥାନା ପୁଲିସ କଲେଜ ଅଧ୍ୟାପକ ଶ୍ରୀ ତେଜସ୍ବର ନାୟକଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରିବା ସହିତ କେସ୍ ନମ୍ବର ୧୩୪/୨୦ ରେ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।
ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ



