
ଜଟଣୀ,୧୯/୦୭(ଜିଲ୍ଲା ଖବର) ବର୍ତ୍ତମାନ କରୋନା ମହାମାରୀ ସମୟରେ ସଂକ୍ରମଣରୁ ବର୍ତ୍ତିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତଙ୍କୁ ଘରେ ରହିବାକୁ କହୁଛନ୍ତି। ମାତ୍ର ଯେଉଁ ପରିବାରର ଘରଟିଏ ନାହିଁ, ସେ କେଉଁଠି ରହିବ ଏବଂ କିପରି ଏହି ପରିସ୍ଥିତିରୁ ମୁକ୍ତି ପାଇବ ବୋଲି ପ୍ରଶ୍ନ ଉଠାଇଛନ୍ତି ଜଟଣୀ ମ୍ୟୁନିସିପାଲିଟି ୧୧ ନମ୍ବର ୱାର୍ଡର ପୂର୍ବତନ କାଉନ୍ସିଲର ବେଣୁଧର ମଙ୍ଗରାଜ ଓ ଗୋଡ଼ାଧର୍ମସାଗର ଅଞ୍ଚଳରେ ରହୁଥିବା ଦେବରାଜ ପାଇକରାୟ (୫୦) ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରଟିଏ ପାଇବା ପାଇଁ ୨୦୧୮ରେ ଆବେଦନ କରିଥିଲେ। ୨ ବର୍ଷ ବିତିଯାଇଥିଲେ ମଧ୍ୟ ମ୍ୟୁନିସିପାଲିଟିର ଅବହେଳାରୁ ଏହି ଯୋଗ୍ୟ ବ୍ୟକ୍ତିଙ୍କୁ ଘର ଖଣ୍ଡିଏ ମିଳିଲା ନାହିଁ। ଏବେ ସେ କେତେବେଳେ ବ୍ଲକ୍ ପିଣ୍ଡାରେ ତ କେତେବେଳେ କାହା ବରଣ୍ଡାରେ ରାତି କାଟୁଛନ୍ତି। ବର୍ଷା ହେଲେ ଶୋଇବା ତ ଦୂରର କଥା ଠିଆରେ ରାତି ପାହୁଛି ବୋଲି କହିଛନ୍ତି। ଏ ସମ୍ପର୍କରେ ଦେବରାଜ ଓ ତାଙ୍କ ପରିବାର ସହ ପୂର୍ବତନ କାଉନସିଲର ଶ୍ରୀ ମଙ୍ଗରାଜ ଜଟଣୀ ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀଙ୍କୁ ଭେଟି ଗୁହାରି କରିଥିଲେ। ଏ ସମ୍ପର୍କରେ ନିର୍ବାହୀ ଅଧିକାରୀଙ୍କୁ ପଚାରିବାରେ କୁହନ୍ତି ଯେ, ଆମ୍ଭ ମ୍ୟୁନିସିପାଲିଟିରେ ଏହି ଯୋଜନାର କାର୍ଯ୍ୟ ଶେଷ ହୋଇସାରିଛି। ୩ୟ ପର୍ଯ୍ୟାୟ କାମ ଚାଲିଛି। ଏହା ଖୁବ୍ ନିକଟରେ ଶେଷ ହେବ। ଯଦି ଏହି ବ୍ୟକ୍ତି ଉକ୍ତ ତାଲିକାରେ ନଥିବେ ତାଙ୍କୁ ତୁରନ୍ତ ଏହି ସୁଯୋଗ ଗାଇଡ୍ଇନ୍ ଅନୁଯାୟୀ ମିଳିବ ବୋଲି ସ୍ପଷ୍ଟ କରିଛନ୍ତି।
ରିପୋର୍ଟ ସଞ୍ଜୀବ କୁମାର



