
ବାଲିଗୁଡ଼ା,୧୮/୦୭(ଜିଲ୍ଲା ଖବର) : କନ୍ଧମାଳ ଜିଲ୍ଲାର ଭାରତୀୟ ଷ୍ଟେଟ ବ୍ୟାଙ୍କ ରେ ଭିଡ଼ ଯୋଗୁଁ ଗତକାଲି ଦାରିଙ୍ଗବାଡ଼ିରେ ଥିବା ଭାରତୀୟ ଷ୍ଟେଟବ୍ୟାଙ୍କର ଜଣେ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବାପରେ ଦାରିଙ୍ଗବାଡ଼ି ପ୍ରଶାସନ ତରଫରୁ ବ୍ୟାଙ୍କକୁ ସିଲ କରାଯାଇଥିଲା ଏବଂ ଉକ୍ତ ସମ୍ପୃକ୍ତ କର୍ମଚାରୀ ଙ୍କ ସହ କୋଟଗଡ ବ୍ୟାଙ୍କ ର ଜଣେ କର୍ମଚାରୀ ଗତ ୧୦ ତାରିଖ ଦିନ ଦାରିଙ୍ଗବାଡ଼ିରୁ ଭୁବନେଶ୍ୱର ଯାଇଥିଲେ। ଦେହ ଅସୁସ୍ଥ ହେବାରୁ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବାବେଳେ ତାଙ୍କର କରୋନା ପଜିଟିଭ ବାହାରିଥିଲା। ସେ ଭୁବନେଶ୍ୱର ଯିବାପରେ ଆକ୍ରାନ୍ତ ହୋଇଥିଲେ ନା କୋଟଗଡ ରେ ଥିବାବେଳେ ଆକ୍ରାନ୍ତ ହୋଇଥିଲେ ତାହା ଏବେ ସନ୍ଦେହ ଘେରରେ ରହିଛି |ତେବେ ଜିଲ୍ଲା ପ୍ରଶାସନ ନିର୍ଦେଶ କ୍ରମେ କୋଟଗଡ ବିଡ଼ିଓ କୈଳାଶ ଚନ୍ଦ୍ର ମୁର୍ମୁ , ତହସିଲଦାର ଲକ୍ଷ୍ମୀଧର ସାହୁ, ରାଜସ୍ୱ ନିରୀକ୍ଷକ ପ୍ରମୁଖ ବ୍ୟାଙ୍କରେ ପହଞ୍ଚି ବ୍ୟାଙ୍କ କୁ ୨୭ ତାରିଖ ପର୍ଯ୍ୟନ୍ତ ସିଲ୍ କରିଥିଲେ | ଅଗ୍ନିସମ ବିଭାଗ ଦ୍ୱାରା ବ୍ୟାଙ୍କ ବାହାରେ ସାନିଟାଇଜ କରାଯାଇଥିଲା |ବ୍ୟାଙ୍କର ସମସ୍ତ କର୍ମଚାରୀଙ୍କୁ ଘରୋଇ ସଙ୍ଗରୋଧରେ ରହିବାକୁ କହିଥିଲେ ତହସିଲଦାର |
ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠି



