Tuesday, October 13, 2026
Home ଆଞ୍ଚଳିକ ବାଲିଗୁଡା ରେ ଆରମ୍ଭ ହେଲା ଏନଏସିରେ ଘରକୁ ଘର ବୁଲି ସ୍ୱାସ୍ଥ୍ୟ ସ୍କାନିଂ

ବାଲିଗୁଡା ରେ ଆରମ୍ଭ ହେଲା ଏନଏସିରେ ଘରକୁ ଘର ବୁଲି ସ୍ୱାସ୍ଥ୍ୟ ସ୍କାନିଂ

148

ବାଲିଗୁଡ଼ା,୧୮/୦୭(ଜିଲ୍ଲା ଖବର) : କନ୍ଧମାଳ ଜିଲ୍ଲା ରେ କରୋନା ଭୁତାଣୁ ଦିନକୁ ଦିନ ସଂକ୍ରମଣ ହେବାରେ ଲାଗିଛି ଏଣୁ ଏହାକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଇଛି | କନ୍ଧମାଳ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ବାଲିଗୁଡ଼ା ଏନଏସି ଓ ଫୁଲବାଣୀ ସଦର ମହକୁମା ରେ ଥିବା ସମସ୍ତ ଆଶାକର୍ମୀ,ANM, ସ୍ୱାସ୍ଥ୍ୟ କର୍ମୀ, ଅଙ୍ଗନୱାଡ଼ି କର୍ମୀ ମାନଙ୍କ ଦ୍ୱାରା ଘରକୁ ଘର ପହଞ୍ଚି ଲୋକଙ୍କ ସ୍ୱାସ୍ଥ୍ୟ ସର୍ଭେ କରିଛନ୍ତି | ଆଜି ଠାରୁ ଦୀର୍ଘ ୪ ଦିନ ପର୍ଯ୍ୟନ୍ତ ଯୋଜନା ମୁତାବକ ବାଲିଗୁଡ଼ା ଠାରେ ସମସ୍ତ ୱାର୍ଡ ର ଘର ଘର ବୁଲି ସ୍କାନିଂ କାର୍ଯ୍ୟକ୍ରମ ସକାଳ ଠାରୁ ଆରମ୍ଭ କରାଯାଇଥିଲା |

ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ