Sunday, October 11, 2026
Home ଆଞ୍ଚଳିକ ଷ୍ଟେଟବ୍ୟାଙ୍କ କର୍ମଚାରୀ କରୋନା ପଜିଟିଭ ବାହାରିବା ପରେ ସିଲ୍ ହେଲା ବ୍ୟାଙ୍କ

ଷ୍ଟେଟବ୍ୟାଙ୍କ କର୍ମଚାରୀ କରୋନା ପଜିଟିଭ ବାହାରିବା ପରେ ସିଲ୍ ହେଲା ବ୍ୟାଙ୍କ

326

ବାଲିଗୁଡ଼ା,୧୭/୦୭(ଜିଲ୍ଲା ଖବର) : ଦାରିଙ୍ଗବାଡ଼ିରେ ଥିବା ଭାରତୀୟ ଷ୍ଟେଟବ୍ୟାଙ୍କ ଶାଖାର ଜଣେ ଭାରତୀୟ ଷ୍ଟେଟବ୍ୟାଙ୍କର କର୍ମଚାରୀ ଗତ ୧୦ ତାରିଖ ଦିନ ଦାରିଙ୍ଗବାଡ଼ିରୁ ଭୁବନେଶ୍ୱର ଯାଇଥିଲେ । କିଛି ଦିନପରେ ଦେହ ଅସୁସ୍ଥ ହେବାରୁ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ ସେଠାରେ ତାଙ୍କର କରୋନା ପଜିଟିଭ ବାହାରିଥିଲା | ପଜିଟିଭ ବାହାରିବା ପରେ ଦାରିଙ୍ଗବାଡ଼ି ପ୍ରଶାସନ ପକ୍ଷରୁ ବ୍ୟାଙ୍କ କୁ ସିଲ୍ କରାଯାଇଥିବା ର ଦେଖିବାକୁ ମିଳିଛି ।କର୍ମଚାରୀ ଜଣକ ଭୁବନେଶ୍ୱର ଯିବା ପରେ ଆକ୍ରାନ୍ତ ହୋଇଥିଲେ ନା ଦାରିଙ୍ଗବାଡ଼ିରେ ଥିବା ବେଳେ ଆକ୍ରାନ୍ତ ହୋଇଥିଲେ ତାହା ଏବେ ଜଣା ପଡିନାହିଁ । ଭାରତୀୟ ଷ୍ଟେଟବ୍ୟାଙ୍କର କାର୍ଯ୍ୟରତ କର୍ମଚାରୀ ତାଙ୍କ ସଂସ୍ପର୍ଶରେ ଦାରିଙ୍ଗବାଡ଼ି ଅଂଚଳର ବହୁ ଲୋକ ଆସିଥିବେ ବୋଲି ଅନୁମାନ କରାଯାଉଛି l ତେଣୁ ଲୋକଙ୍କର ସୁରକ୍ଷା ଦୃଷ୍ଟିରୁ ଜିଲ୍ଲା ପ୍ରଶାସନର ନିର୍ଦେଶକ୍ରମେ ବ୍ୟାଙ୍କକୁ ସିଲ୍ କରାଯାଇଥିବା ଜଣାପଡ଼ିଛି । ଦାରିଙ୍ଗବାଡ଼ି ଥାନା ଅଧିକାରୀ କୌଶିକ ମାଝୀ , ରାଜସ୍ୱ ନିରୀକ୍ଷକ କେଦାର ପ୍ରସାଦ ସାହୁ ତହସିଲଦାର ନୀତିଶ ତ୍ରିପାଠୀ , ବିଡ଼ିଓ ଅଭିମନ୍ୟୁ ବେହେରା ପ୍ରମୁଖ ବ୍ୟାଙ୍କରେ ପହଁଚି ବ୍ୟାଙ୍କକୁ ସିଲ୍ କରିବା ସହ ବ୍ୟାଙ୍କ ସାମ୍ନାରେ ବ୍ୟାରିକେଟ ନିର୍ମାଣ କରିଥିଲେ । ପରବର୍ତ୍ତୀ ନିର୍ଦେଶ ନଆସିବା ପର୍ଯ୍ୟନ୍ତ ବ୍ୟାଙ୍କ ସିଲ୍ ରହିବାକୁ ନିର୍ଦେଶ ରହିଥିବା ଜଣାପଡ଼ିଛି ।ଅଗ୍ନିଶମ ବିଭାଗ ଦ୍ୱାର ବ୍ୟାଙ୍କ ବାହାରେ ସାନିଟାଇଜ କରାଯାଇଥିଲା ଓ ବ୍ୟାଙ୍କର ସମସ୍ତ କର୍ମଚାରୀଙ୍କୁ ଘରୋଇ ସଙ୍ଗରୋଧରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।ଏଥିସହିତ ସେମାନଙ୍କର ଖୁବଶୀଘ୍ର ସ୍କ୍ରିନିଙ୍ଗ ଟେଷ୍ଟ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠି