Saturday, November 14, 2026
Home ଆଞ୍ଚଳିକ ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବି କଲେ ପ୍ରସଶଂକ।

ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବି କଲେ ପ୍ରସଶଂକ।

306

ଗଞ୍ଜାମ,୧୭/୦୭{ଜିଲ୍ଲା ଖବର}ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟକୁ ନେଇ ସସପେନ୍ସ ଜାରି ରହିଥିବା ବେଳେ ଏହାର ରହସ୍ୟ ଖୋଲିବାକୁ ବହୁ ଅନୁଷ୍ଠାନ ପକ୍ଷରୁ ସିବିଆଇ ତଦନ୍ତ ଦାବି ହେଉଥିବା ବେଳେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ତ୍ରିରଙ୍ଗା ଯୁବସେବା ସଂଘ ପକ୍ଷରୁ ସଂଯୋଜକ ତଥା ଯୁବସମାସେବୀ କାହ୍ନୁ ଚରଣ ଗୌଡ ହିଞ୍ଜିଳି ଥାନା ଅଧିକାରୀଙ୍କ ଜରିଆରେ ଉଚ୍ଚ ସ୍ତରୀୟ ତଦନ୍ତ କରାଯାଉ ବୋଲି ଗଞ୍ଜାମ ଏସପି ଙ୍କୁ ଦରଖାସ୍ତ ପ୍ରଦାନ କରିଛନ୍ତି। ପ୍ରକାଶଯୋଗ୍ୟ କି, ସମାଜସେବୀ ଆଦିତ୍ୟ ଦାଶ ଜଣେ ଜଣାଶୁଣା ମୋଟିଭେସନାଲ ସ୍ପିକର ସହିତ ବହୁପ୍ରତିଭାର ଅଧିକାରୀ ଥିଲେ। ଏଭଳି ବ୍ୟକ୍ତିତ୍ୱ ଯିଏକି ସମାଜର ବିଭିନ୍ନ ବର୍ଗର ଲୋକଙ୍କୁ ଜୀବନର ସଂଜ୍ଞା ବୁଝାଉଥିଲେ, କିନ୍ତୁ ସେ ଆତ୍ମହତ୍ୟା କରିଥିବା ଘଟଣା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଭଳି ସ୍ଥିତିରେ ସିବିଆଇ ତଦନ୍ତର ଆବଶ୍ୟକତା ରହିଛି ବୋଲି ବିଭିନ୍ନ ମହଲରେ ଦାବି ହୋଇଛି।

ରିପୋର୍ଟ ରତ୍ନାକର ଶୀୟ