Saturday, November 14, 2026
Home ଆଞ୍ଚଳିକ ବି.ଜେ. ଡି ର ଦୃଢ଼ ସଂଗଠକ କୈଳାଶ ସାହୁ ଙ୍କ ବିୟୋଗ ରେ ଗଭୀର ଶୋକ

ବି.ଜେ. ଡି ର ଦୃଢ଼ ସଂଗଠକ କୈଳାଶ ସାହୁ ଙ୍କ ବିୟୋଗ ରେ ଗଭୀର ଶୋକ

520

ଜଗନ୍ନାଥ ପ୍ରସାଦ,୧୭/୦୭(ଜିଲ୍ଲା ଖବର) : ବି.ଜେ. ଡି ଦଳ ର ଜଣେ ଦୃଢ଼ ସଂଗଠକ ଭାବେ ପରିଚିତ ତଥା କୁଡୁତେଇ ଗ୍ରାମପାୟତର ର ସରପଞ୍ଚ ରିତା ସାହୁ ଙ୍କ ସ୍ୱାମୀ କୈଳାଶ ସାହୁ ଙ୍କ 64 ବର୍ଷ ବୟସ ରେ ମୃତ୍ୟୁ ହୋଇଛି।ସେ ପୂର୍ଵ ରୁ କୁଡୁତେଇ ପଞ୍ଚ।ୟତ ର ସମ୍ପାଦକ ରହି ପରବର୍ତ୍ତୀ ସମୟ ରେ କବିସୂର୍ଯ୍ୟ ନଗର ପଂଚାୟତ ନିର୍ବାହୀ ଅଧିକାରୀ ରୂପେ କାର୍ଯ୍ୟ କରି ଅବସର ନେଇଥିଲେ।ସାମାଜିକ ସେବା ଲକ୍ଷ ନେଇ ମାନ୍ୟବର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଙ୍କ ବିକାଶ ଧାରା ରେ ସାମିଲ ହୋଇ ସେ ବି.ଜେ. ଡି ରେ ଯୋଗ ଦେଇ ବହୁ ଉର୍ନତି ମୂଳକ କାର୍ଯ୍ୟ କରିଥିଲେ।ସେ ବେକବୋନ ସମସ୍ୟା ରେ ପୀଡିତ ଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ପୁଅ ସମୀର କୁମାର ସାହୁ,ଓ ଝିଅ ଜୋଇଁ ଉପସ୍ଥିତି ଥିଲେ।ତାଙ୍କ ମୃତ୍ୟୁ ରେ ସାର ଅଞ୍ଚଳ ରେ ଶୋକ ର ଛାୟା ଖେଳି ଯାଇଥିଲା। ମାନ୍ୟବର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କୋରନା କଟକଣା ଯୋଗୁଁ ନ ଆସି ପାରିଥିଲେ ଭି ସାଂସଦ ପ୍ରତିନିଧି ବିପ୍ର ଚରଣ ବାରିକ ଙ୍କ ଫୋନ ଯୋଗେ ପରିବାର ବର୍ଗ ଙ୍କୁ ସାଂତ୍ଵନା ଦେଇଥିଲେ। ସେହିପରି ମର ଶରୀର ପାଖରେ ପହଂଚି
ସାଂସଦ ପ୍ରତିନିଧି ବିପ୍ର ଚରଣ ବାରିକ,ବ୍ଲକ ଅଧ୍ୟକ୍ଷା ପ୍ରତିନିଧି ଅନାଦି ବେହେରା, ସାମ୍ବାଦିକ ଗିରିଶ ଚନ୍ଦ୍ର ସାହୁ,ସୁଶାନ୍ତ ପ୍ରଧାନ,ଅନୁପ କୁମାର ଭୂୟାଁ, ସମିତି ସଭ୍ୟ ପ୍ରଶାନ୍ତ କୁମାର ନାଇକ, ପୂର୍ବତନ ସରପଞ୍ଚ ଲକ୍ଷ୍ମୀ କାନ୍ତ ରାଉତରାୟ, ପ୍ରଫୁଲ୍ଲ ନାୟକ, ଭାଗୀରଥି ମାଝୀ,ଜିଲ୍ଲାପରିଷଦ ସଭ୍ୟା ଙ୍କ ପ୍ରତିନିଧି ରଙ୍କ ନିଧି ପାତ୍ର, ଗାଲ ମାଧବ ସାହୁ,ଶ୍ରୀକାନ୍ତ ଦଳବେହେରା ,ନିର୍ମଳ ଚନ୍ଦ୍ର ନାୟକ ଗଭୀର ଶୋକ ପ୍ରକାଶ କରିଥିଲେ।

ରିପୋର୍ଟ-ନିରାକାର ସାହୁ