
ଆସିକା ୧୬/୦୭(ଜିଲ୍ଲା ଖବର) : ଓଡ଼ିଆ ପୁଅ ଶିଧର ମହାପାତ୍ରଙ୍କ କମାଲ l
Zorone mr & miss india 2020 ରେ ଓଡ଼ିଆ ପୁଅ ଶ୍ରୀଧର ମହାପାତ୍ର ନିଜର ଜଲବା ଦେଖେଇ ଲକ୍ଷାଧିକ ପ୍ରତିଦ୍ୱନ୍ଦୀକୁ ପଛରେ ପକାଇ ସେମିଫାଇନାଲ କୁ ଉର୍ତ୍ତିର୍ଣ୍ଣ ହୋଇଛନ୍ତି l ଓଡ଼ିଆ ପୁଅ ଶ୍ରୀଧର ମହାପାତ୍ରଙ୍କ ଜନ୍ମ କୋରାପୁଟ ଜିଲ୍ଲାର ଜୟପୁରରେ ତାଙ୍କ ବାପା ଲୋକନାଥ ମହାପାତ୍ର l ବାପା ଜଣେ ଶିକ୍ଷାବିଭାଗ ଅଧିକାରୀ l ପିଲାଟି ଦିନରୁ ଶ୍ରୀଧରଙ୍କ ନାଚଗୀତ ଅଭିନୟରେ ରୁଚି ଥିଲା ବଡ଼ହେଲା ପରେ ନିଜକୁ ମୋଡେଲ ଦୁନିଆରେ ପରିଚିତ କରିବା ପାଇଁ ଅନେକ ପରିଶ୍ରମ ମଧ୍ୟ କରିଛନ୍ତି l ଶେଷରେ ସେ zorone mr & miss india 2020 ର ପ୍ରତିଯୋଗିତାରେ online ଆବେଦନ କରିଥଲେ l ପ୍ରଥମେ ଫୋଟୋସୁଟ , ତାପରେ ଭିଡ଼ିଓ କନ୍ଫରେନ୍ସ ରାଉଣ୍ଡ ରେ ଉତ୍ତୀର୍ଣ୍ଣ ହୋଇ ବର୍ତ୍ତମାନ ସେମିଫାଇନାଲ ରାଉଣ୍ଡରେ ପହଂଚିଛନ୍ତି l
ଏଇ ନେଇ ବର୍ତମାନ ସାରା ଓଡ଼ିଶାର ନଜର ଶ୍ରୀଧରଙ୍କ ଉପରେ ରହିଛି l ଆଗରୁ ସେ ଫାଇନାଲ ରାଉଣ୍ଡ ନିଜକୁ ସମ୍ପୂର୍ଣ ରୂପେ ପ୍ରସ୍ତୁତ କରିବା ପାଇଁ ଲାଗିଛନ୍ତି l ଆଗାମୀ ଦିନରେ ଓଡିଶା ପାଇଁ ମୋଡେଲିଂ ଦୁନିଆରେ ଗୌରବମୟ ଆଣିବେ ବୋଲି ସମସ୍ତଙ୍କ ଆଶା ରହିଛି l
ରିପୋର୍ଟ ରତ୍ନାକର ଶିଅ ।


