Saturday, November 14, 2026
Home ଆଞ୍ଚଳିକ ଗଜପତି ଡିଆଇପିଆରଓଙ୍କ ପରଲୋକରେ ଗଞ୍ଜାମ ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟରେ ଶୋକସଭା

ଗଜପତି ଡିଆଇପିଆରଓଙ୍କ ପରଲୋକରେ ଗଞ୍ଜାମ ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟରେ ଶୋକସଭା

32

ଛତ୍ରପୁର,୧୬/୦୭(ଜିଲ୍ଲା ଖବର) : ଗଜପତି ଜିଲ୍ଲାର ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରବି ଚନ୍ଦ୍ର ନାୟକଙ୍କ ଗତକାଲି ପରଲୋକ ହୋଇଛି । ସେ କରୋନାରେ ଆକ୍ରାନ୍ତ ହୋଇ କଟକ ସ୍ଥିତ ଅଶ୍ୱିନୀ ହସପିଟାଲରେ ଚିକିତ୍ସିତ ଅବସ୍ଥାରେ ଗତକାଲି ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତାଙ୍କ ମୃତ୍ୟୁରେ ଖବର ପାଇ ଗଜପତି ଜିଲ୍ଲା ସମେତ ସାରା ରାଜ୍ୟରେ ଶୋକର ଛାୟା ଖେଳିଯାଇଛି । ଏନେଇ ଗୁରୁବାର ଗଞ୍ଜାମ ଜିଲ୍ଲାର ଛତ୍ରପୁର ସ୍ଥିତ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରବି ନାରାୟଣ ବେହେରାଙ୍କ ପୌରୋହିତ୍ୟରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ମୃତ ଶ୍ରୀ ନାୟକଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଂଟ୍ ନିରବ ପ୍ରାର୍ଥନା କରାଯିବା ସହ ତାଙ୍କର ଗୁଣଗାନ କରାଯାଇଥିଲା । ସେ ଜଣେ ଏକାଧାରରେ ଜଣେ ମେଳାପି, ମିଷ୍ଟଭାଷୀ ଓ ପରୋପକାରୀ ଥିଲେ । ଆଜି ଏହି ଶୋକସଭାରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀଙ୍କ କାର୍ଯ୍ୟାଳୟର ଶ୍ୟାମଘନ ପାତ୍ର, ରାଜାକ ହୋସେନ୍‌, ଭାଗ୍ୟଲକ୍ଷ୍ମୀ ପାତ୍ର, କିରଣ କୁମାର ପଲେଇ, ଜଗନ୍ନାଥ ଘଡ଼େଇ, ମମତା ମହାନ୍ତି, ବିଚିତ୍ରା ସେଠୀ, ଜୟନ୍ତୀ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ତାଙ୍କର ଆତ୍ମାର ସଦଗତି ନିମନ୍ତେ କାମନା କରିଥିଲେ ।

ରିପୋର୍ଟ ଅଶୋକ କୁମାର ବେହେରା ।