
ଆସିକା, (କ୍ଷୀରୋଦ ଚନ୍ଦ୍ର ବେହେରା) : ଆସିକା ଗୋଷ୍ଠୀ ଶିକ୍ଷା ଅଧିନ ବଜ୍ରକୋଟ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ଓ ଜୋତା ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ବିତରଣ ଉତ୍ସବ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବସନ୍ତ କୁମାର ଡାକୁଆଙ୍କ ତତ୍ୱାବାଧାନାରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଭାଗିରଥି ପାତ୍ର, ସିଆରସିସି ସିମାଚଂଳ ସେଠି, ବିଦ୍ୟାଳୟ ପରିଚାଳନା ସଭାପତି ଡାକ୍ତର ନାୟକ ପ୍ରମୁଖ ଯୋଗ ଦେଇଥିଲେ ।




ଏହି ଉତ୍ସବରେ ଅତିଥି ମାନେ ସେମାନଙ୍କ ବକ୍ତବ୍ୟରେ ଛାତ୍ରଛାତ୍ରୀ ମାନଙ୍କୁ ଗୁଣାତ୍ମକ ଶିକ୍ଷା ଅର୍ଜନ କରି ସୁନାଗରିକ ଭାବେ ନିଜକ ଗଢି ତୋଳିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ବିଦ୍ୟାଳୟ ପ୍ରାୟ ୧୧୧ ଜଣ ଛାତ୍ରଛାତ୍ରୀଙ୍କୁ ପୋଷାକ ଦୁଇ ହଳ ଓ ଜୋତା ଏକ ହଳ ସହ ମୋଜା ଦୁଇ ହଳ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯାଇଥିଲା । ବିଦ୍ୟାଳୟର ସହକାରୀ ଶିକ୍ଷକ ଚିତ୍ରସେନ ସେଠି, ଯୋଗୀ କୃଷ୍ଣ ନାୟକ ପ୍ରମୁଖ ଉତ୍ସବ ପରିଚାଳନାରେ ସହ ଯୋଗ କରିଥିବା ବେଳେ ବହୁ ଅଭିଭାବକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।



