Saturday, November 14, 2026
Home ଆଞ୍ଚଳିକ ପାଞ୍ଚ ହଜାର ମୁହାଁ କରୋନା କେସ୍

ପାଞ୍ଚ ହଜାର ମୁହାଁ କରୋନା କେସ୍

25

ଛତ୍ରପୁର,୧୬/୦୭(ଜିଲ୍ଲା ଖବର) : ଗତ ୨୪ ଘଣ୍ଟାରେ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୨୪୬ ନୂଆ କରୋନା ଆକ୍ରାନ୍ତ । ଏମାନଙ୍କ ଭିତରେ ୩୭ ଜଣ କରୋନା ଯୋଦ୍ଧା ସଂକ୍ରମିତ ହୋଇଛନ୍ତି । ରାଜ୍ୟ ବାହାରରୁ ୩ ଜଣ ଫେରିଥିବା ବେଳେ ଅନ୍ୟ ୨୦୬ଟି ଲୋକାଲ୍ କଣ୍ଟାକ୍ଟ କେସ୍ । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।୩୭ କରୋନା ଯୋଦ୍ଧାଙ୍କ ଭିତରେ ଅଛନ୍ତି ଆସିକାରୁ ୧୦ ଓ ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରୁ ୫ ଜଣ । ସେହିପରି କବୀସୂର୍ଯ୍ୟନଗରରୁ ୩, ପୋଲସରା ଓ ଲଙ୍ଗେଇଲୁଣ୍ଡାରୁ ଜଣେ ଲେଖାଏଁ କରୋନା ଯୋଦ୍ଧା ଭୂତାଣୁ ସଂକ୍ରମିତ ହୋଇଛନ୍ତି । ସୁରତ ଓ ଚେନ୍ନାଇରୁ ଫେରିଥିବା ବେଗୁନିଆପଡ଼ା. ଧରାକୋଟ ଓ କୁକୁଡ଼ାଖଣ୍ଡିର ତିନି ଜଣ ଆକ୍ରାନ୍ତ ହୋଇଛନ୍ତି । ମିଶାଇ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪ ହଜାର ୮୬୭କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଛନ୍ତି ୨ ହଜାର ୯୭୧ ।

ରିପୋର୍ଟ ଅଶୋକ କୁମାର ବେହେରା ।