Wednesday, October 14, 2026
Home ଆଞ୍ଚଳିକ ଦାରିଙ୍ଗବାଡ଼ି ରେ ନୂତନ ବିଡିଓଙ୍କ ଦାୟିତ୍ୱ ଗ୍ରହଣ।

ଦାରିଙ୍ଗବାଡ଼ି ରେ ନୂତନ ବିଡିଓଙ୍କ ଦାୟିତ୍ୱ ଗ୍ରହଣ।

115

ବାଲିଗୁଡା,୧୬/୦୭{ଜିଲ୍ଲା ଖବର}:କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପଞ୍ଚାୟତ ସମିତିରେ ନୂତନ ବିଡିଓ ଭାବେ ଅଭିମନ୍ୟୁ ବେହେରା ଗୁରୁବାର ଦିନ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାରିଙ୍ଗବାଡ଼ିରେ କାର୍ଯ୍ୟରତ ବିଡିଓ ଡ. ଜଗଦୀଶ ଷଡ଼ଙ୍ଗୀଙ୍କ ଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଡ.ଷଡ଼ଙ୍ଗୀଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ କମିଶନ ବିଭାଗ ତରଫରୁ ଗଞ୍ଜାମ ଜିଲ୍ଲାରେ କୋଭିଡ ଡ୍ୟୁଟି ପାଇଁ ନିଯୁକ୍ତ କରାଯାଇଛି।ନୂତନ ବିଡିଓ ଅଭିମନ୍ୟୁ ବେହେରା ଟିକାବାଲି ବ୍ଲକର ତହସିଲଦାର ଭାବେ କାର୍ଯ୍ୟରତ ଥିବାବେଳେ ଆଜି ସେ ଦାରିଙ୍ଗବାଡ଼ି ବିଡିଓ ଭାବେ ଯୋଗ ଦେଇଛନ୍ତି। ବ୍ଲକ କାର୍ଯ୍ୟାଳୟ ତରଫରୁ ଏପିଓ ତ୍ରିନାଥ ନାୟକ,ସହକାରୀ ନିର୍ବାହୀ ଯନ୍ତ୍ରୀ ବବୃବାହନ ବେହେରା,କନିଷ୍ଠ ଯନ୍ତ୍ରୀ ତୁଷାର ରଞ୍ଜନ ସେଠୀ, ଧୀରେନ ସେଠୀ,ସୁଶାନ୍ତ ପ୍ରଧାନ ଓ ବିଭୁତିଭୂଷଣ ସାହୁ କୁଳମଣି ବେହେରା ପ୍ରମୁଖ ସ୍ୱାଗତ ଜଣାଇଥିଲେ। ଏବଂ ଦାରିଙ୍ଗବାଡ଼ିର ୨୫ଟି ପଞ୍ଚାୟତ ଅଞ୍ଚଳର ବିକାଶ ସହ କୋଭିଡ୍‌ ମୁକାବିଲା ପ୍ରତି ଗୁରୁତ୍ୱ ଦେବେ ବୋଲି ନୂତନ ବିଡିଓ ପ୍ରତିଶ୍ରୁତି ଦେଇଛନ୍ତି।

ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ