Wednesday, October 14, 2026
Home ଆଞ୍ଚଳିକ ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ଜଣେ ମୃତ ଓ ଚାରି ଗୁରୁତର।

ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ଜଣେ ମୃତ ଓ ଚାରି ଗୁରୁତର।

119

ବାଲିଗୁଡା-୧୬/୦୭{ଜିଲ୍ଲା ଖବର}:କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ସୋନପୁର ପଞ୍ଚାୟତର ଗାହାକିଆ ଗାଁର ଯୁବତୀ ଦାଦନ ଖଟିବାକୁ ବେଙ୍ଗାଲୁର ଯାଇଥିଲେ। ସେମାନେ ବେଙ୍ଗାଲୁର ଚନ୍ଦାପୁର ଅଧିନ କିଟିକାନିହଲି ଅଞ୍ଚଳରେ ଏକ ଭଡାଘରେ ରହି ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ସବୁଦିନ ଭଳି ଗତକାଲି ରାତିରେ ରୋଷେଇ କରି ସରିବା ପରେ ସମସ୍ତେ ଶୋଇଥିଲେ। ସକାଳୁ ଉଠି ବରଣୀ ପ୍ରଧାନ ଘରେ ଲାଇଟ ସୁଇଚ ଅନ କରିବା ପରେ ଭିତରେ ଗ୍ୟାସ ଲିକ ଯୋଗୁଁ ଘରଟି ସମ୍ପୂର୍ଣ ଜଳିଯାଇ ବିସ୍ଫୋରଣ ହୋଇଥିଲା। ସ୍ଥାନୀୟ ବାସିନ୍ଦା ଙ୍କ ସହଯୋଗ ରେ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ନିଆ ଯାଇଥିଲା। ସେମାନଙ୍କ ମଧ୍ୟରୁ ବରଣୀ ପ୍ରଧାନଙ୍କ ହସ୍ପିଟାଲରେ ମୃତ୍ୟୁ ହୋଇଥିଲା। ମୃତ୍ୟୁ ବରଣ କରିଥିବା ଯୁବତୀ ଜଣକ ଗାହକିଆ ଗ୍ରାମର ବୋଲି ଜଣାପଡିଥିବା ବେଳେ ଅନ୍ୟ ଚାରିଜଣ ଗୁରୁତର ଆହତ ହୋଇ ବେଙ୍ଗାଲୁର ଭିକ୍ଟୋରିଆ ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏହି ଖବର ପହଞ୍ଚିବା ପରେ ଗାହକିଆ ଅଞ୍ଚଳରେ ଏବେ ଶୋକାକୁଳ ପରିବେଶ ଥିବା ଜଣାପଡିଛି। ଅନ୍ୟପଟେ ପରିବାର ଲୋକେ ମୃତ ଶରୀର କିଭଳି ଗାଁକୁ ଆସିବ ସେ ନେଇ ସ୍ଥାନୀୟ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି।

ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ