
ବାଲିଗୁଡା,୧୬/୦୭{ଜିଲ୍ଲା ଖବର}: କରୋନା ର ପ୍ରାଦୁର୍ଭାବ ବଢ଼ିବାରେ ଲାଗିରହିଥିବା ବେଳେ ଗୋଷ୍ଠୀ ସଂକ୍ରମଣକୁ ଦୃଷ୍ଟିରେ ରଖି ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ଫୁଲବାଣୀ ପୌରାଞ୍ଚଳ କୁ ୪ ଦିନ ପାଇଁ ଅର୍ଥାତ ଆସନ୍ତା ୧୭ ତାରିଖ ସନ୍ଧ୍ୟା ୬ ଘଣ୍ଟା ଠାରୁ ୨୨ ତାରିଖ ସକାଳ ୬ଘଣ୍ଟା ପର୍ଯ୍ୟନ୍ତ ସଟଡାଉନ କରିବାକୁ ଫୁଲବାଣୀ ଜିଲ୍ଲା ପ୍ରଶାସନ ନିଷ୍ପତି ନେଇଛି। ତେବେ ଏନେଇ ମଙ୍ଗଳବାର ରାତିରେ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବା ବେଳେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଗଣମାଧ୍ୟକୁ ସୂଚନା ଦିଆଯାଇଛି। ଜିଲ୍ଲାରେ କରୋନା ସଂକ୍ରମଣକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ଏହି ନିଷ୍ପତି ନେଇଥିବା କୁହାଯାଇଛି। ୪ ଦିନ ଏହି ଦୁଇ ସହରରେ ଯଥା ବାଲିଗୁଡା ଓ ଫୁଲବାଣୀ ରେ କୌଣସି ପ୍ରକାର ଗାଡ଼ି ଚଳାଚଳ, ଦୋକାନ ବଜାର ଖୋଲିପାରିବ ନାହିଁ। ଏହି ଦୁଇ ସହରର ସମସ୍ତ ପ୍ରବେଶ ପଥକୁ ସିଲ୍ କରାଯିବ, ଯଦି କିଛି ଜରୁରୀ କାମ ଥାଏ ତେବେ ସମ୍ପୃକ୍ତ ଅଞ୍ଚଳର ଉପଜିଲ୍ଲାପାଳଙ୍କ ଅନୁମତି ନେଇ ଯାତାୟାତ କରିପାରିବେ ସଟଡାଉନ ସମୟରେ ଯାନ ବାହାନ ଚଳାଇବା ପାଇଁ ଉପଜିଲ୍ଲାପାଳ ଙ୍କ ଠାରୁ ଅନୁମତି ନେବାକୁ ପଡିବ। ଏହି ୪ ଦିନରେ ସ୍ବାସ୍ଥ୍ୟ ବିଭାଗ ଘରକୁ ଘର ବୁଲି ସମସ୍ତଙ୍କର ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରିବାର ବ୍ୟବସ୍ଥା ହୋଇଛି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି, ଏବଂ ଏହା ପ୍ରେସ ଇସ୍ତାହାରରେ ତା-୧୪/୦୭/୨୦ ରେ ପ୍ରକାଶ ପାଇଛି।
ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ



