Tuesday, October 13, 2026
Home ଆଞ୍ଚଳିକ ୧୦ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତ ରେ ଧରାପଡିଲେ ୱେସ୍କୋ ଜେଇ

୧୦ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତ ରେ ଧରାପଡିଲେ ୱେସ୍କୋ ଜେଇ

71

ନୂଆପଡ଼ା,୧୫/୦୭(ଜିଲ୍ଲା ଖବର) : ଉଠା ଜଳସେଚନ ବିଦ୍ୟୁତିକରଣ ପାଇଁ ୧୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ୱେସ୍କୋ ଜେଇ ରାଜ କିଶୋର ସାହୁ ଭିଜିଲାନ୍ସ ହାତ ରେ ଧରାପଡିଛନ୍ତି !ତାଙ୍କୁ ନୂଆପଡା ଭିଜିଲାନ୍ସ ଗିରଫ କରି ଭବାନୀପାଟଣା ଭିଜିଲାନ୍ସ କୋଟ କୁ ଚାଲାଣ କରିଛି !ସୂଚନା ଅନୁସାରେ ଲାଲୁ ସାହୁ ତାଙ୍କ ସ୍ତ୍ରୀ ଟିକେଶ୍ବରୀ ସାହୁ ଙ୍କ ନାମ ରେ ଉଠା ଜଳସେଚନ ର ବିଦ୍ୟୁତି କରଣ ସଂଯୋଗ ପାଇଁ ଜେଇ ଶ୍ରୀ ସାହୁ ଙ୍କ ସହିତ ଯୋଗାଯୋଗ କରିଥିଲେ !ସଂଯୋଗିକରଣ ପାଇଁ ଶ୍ରୀ ସାହୁ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ !ଲାଲୁ ସାହୁ ଗତ ୧୩ ତାରିଖ ଦିନ ୪୬୦୦ ଟଙ୍କା ଅଗ୍ରିମ ଦେଇ ବାକେଇ ରାଶି ବୁଧବାର ଅର୍ଥାତ ଆଜି ଦେବା କୁ ପ୍ରତିଶ୍ରୁତି ଦେଇଥିଲେ !ଏନେଇ ଶ୍ରୀ ସାହୁ ଭିଜିଲାନ୍ସ ନୂଆପଡା ୟୁନିଟ ର ଦ୍ୱାରସ୍ତ ହୋଇଥିଲେ !ଭିଜିଲାନ୍ସ ଡ଼ିଏସପି ସତ୍ୟବାନ ମହାନନ୍ଦ ଙ୍କ ନେତୃତ୍ୱ ରେ ଏକ ଦଳ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରି ରାଜ କିଶୋର ସାହୁ ଙ୍କୁ ଲାଞ୍ଚ ନେବା ସମୟ ରେ ଧରିବାର ବ୍ୟବସ୍ଥା କରିଥିଲେ !ଲାଲୁ ସାହୁ ଙ୍କ ଠାରୁ ୧୦ ହଜାର ଟଙ୍କା ରଙ୍ଗବୋଳା ୫୦୦ ଟଙ୍କିଆ ନୋଟ ନେବା ସମୟ ରେ ଚଢ଼ଉ କରି ଜବତ କରିଥିଲେ । ବିଦ୍ୟୁତ ସଂଯୋଗି କରଣ ପାଇଁ ଲାଞ୍ଚ ନେଉଥିବା ରାଜ କିଶୋର ସାହୁ ଙ୍କ ନାମ ରେ ଆଗରୁ ମଧ୍ୟ ବହୁବାର ଅଭିଯୋଗ ହୋଇ ଆସୁଥିଲା । ଆଜି ନୂଆପଡା ଭିଜିଲାନ୍ସ ୟୁନିଟ ତାଙ୍କୁ ଗିରଫ କରି ଭବାନୀପାଟଣା କୋଟ କୁ ପଠାଇଛନ୍ତି । ଏକ କାଳୀନ ତାଙ୍କର ନୂଆପଡା ସ୍ଥିତ ଭଡା ଘର ବାସଭବନ ଓ ଜଗତସିଙ୍ଗପୁର ଜିଲ୍ଲା ସଦର ମହକୁମା ସ୍ଥିତ ନିଜସ୍ୱ ବାସଭବନ ରେ ଚଢ଼ାଉ ଜାରି ରହିଛି । ଏନେଇ ରାଜ କିଶୋର ସାହୁ ଙ୍କୁ ପଚାରିବାରୁ ଲାଲୁ ସାହୁ ଅନୟତିକ ବିଦ୍ୟୁତି କରଣ କରି କଟା ଯାଉଥିବା ପାଉଣା ତଣ୍ଡ ଆକାର ରେ ଦେଉଥିବା ବେଳେ ମତେ ଭିଜିଲାନ୍ସ ଗିରଫ କରିଛି ବୋଲି କହିଛନ୍ତି ।

ରିପୋର୍ଟ ନିରାକାର ମେହେର ।