
ଜଗନ୍ନାଥ ପ୍ରସାଦ,୧୫/୦୭(ଜିଲ୍ଲା ଖବର) : ଜଗନ୍ନାଥ ପ୍ରସାଦ ବ୍ଲକ ବି. ଡି.ଓ ସୁରେଶ ଚନ୍ଦ୍ର ପଣ୍ଡା ଙ୍କ ଦ୍ୱାରା ବି.ଡି.ପୁର ଠାରେ ଥିବା ରାଧାକୃଷ୍ଣ ମନ୍ଦିର ପ୍ରାଗଣ ରେ କୋରନା ସମ୍ପର୍କରେ ସଚେତନତା ବୈଠକ ଅନୁଷ୍ଠିତ ହୋଇ ଯାଇଛି।ବି.ଡି.ପୁର ର 4 ଜଣ କୋରନା ସଂକ୍ରମିତ ବ୍ରହ୍ମପୁର ରେ ଚିକିତ୍ସା ହେଉ ଥିବା ରୁ ଗ୍ରାମବାସୀ ମାନେ ସତର୍କ ରହିବା ର ଆବଶ୍ୟକତା ରହିଛି।ପୋଖରୀ ବ୍ୟବହାର ନ କରିବା,ଆବଶ୍ୟକ ସ୍ଥଳ ରେ ପଦାକୁ ବାହାରିଲା ବେଳେ ନିଶ୍ଚୟ ମାକ୍ସ ପିନ୍ଧିବା, ବାରମ୍ବାର ହାତ ଧୋଇବା, ବଜାର କୁ ଗଲେ ସାମାଜିକ ଦୂରତା ରଖିବା ପାଇଁ କହିଥିଲେ।ସମଗ୍ର ଜିଲ୍ଲା ଠୁ ଜଗନ୍ନାଥ ପ୍ରସାଦ ବ୍ଲକ ରୁ କମ କୋରନା ସଂକ୍ରମିତ ହୋଇ ଥିବା ରୁ ସତର୍କ ରହିଲେ ଆହୁରି ସୁରକ୍ଷିତ ରହିବା ବୋଲି ଶ୍ରୀ ପଣ୍ଡା କହିଥିଲେ।
ଗୃହ ସଂଗରୋଧ ର ଯାହାର ସୁବିଧା ନାହିଁ ବି.ଡି.,ପୁର ଠାରେ ଥିବା କୋଭିଡ କେନ୍ଦ୍ର ରେ ସରପଞ୍ଚ ଙ୍କ ଠୁ ଅନୁମତି ନେଇ ରହି ପାରିବେ। ବୈଠକରେ ସାଂସଦ ପ୍ରତିନିଧି ବିପ୍ର ଚରଣ ବାରିକ,ସରପଞ୍ଚ କୃଷ୍ଣ ଚନ୍ଦ୍ର ରଥ,ସମିତି ସଭ୍ୟ ଅମୀର ସ୍ଵାଇଁ,ମା ଉଗ୍ର ତାରା ବଣିକ ସଂଘ ସଭାପତି ବଂଶୀ ଧର ବାରିକ,ପି.ଇ.ଓ ପ୍ରଦୀପ ପ୍ରଧାନ,ଜି.ଆର.ଏସ ସରୋଜ କୁମାର ନାୟକ,ୱାର୍ଡ ସଭ୍ୟା ଅହଲ୍ୟା ମୁନି,କୃଷ୍ଣ ଚନ୍ଦ୍ର ମୁନି,ଦିବାକର ରଥ,ନ
ନିଳାମ୍ବର ରଥ,ଶରତ ଚନ୍ଦ୍ର ରଥ,ଜିତେନ୍ଦ୍ର ରଥ,ଜଗନ୍ନାଥ ରଥ,ମଧୁସୂଦନ କର, ଜଗନ୍ନାଥ ମିଶ୍ର,ଦାସରଥୀ ମିଶ୍ର, ବିଟୁ ରଥ,ରାମ ଚନ୍ଦ୍ର ରଥ,ବ୍ରଜକିଶୋର ରଥ,ସନ୍ତୋଷ କୁମାର କର, ସମ୍ବାଦିକ ପ୍ରଦ୍ୟମ ଚୌଧୁରୀ,ସୌମ୍ୟ ରଞ୍ଜନ ରଥ,ସରୋଜ କୁମାର କର ସମେତ ବହୁ ବୁଦ୍ଧିଜୀବି, ଓ ଗ୍ରାମବାସୀ ଯୋଗ ଦେଇଥିଲେ।
ରିପୋର୍ଟ ନିରାକାର ସାହୁ ।


