
ବାଲିଗୁଡା,୧୫/୦୭{ଜିଲ୍ଲା ଖବର}:ରାଜ୍ୟ ସରକାର ଆଇପିଏସ ସ୍ତରରେ ଅଦଳବଦଳ କରିଛନ୍ତି। କନ୍ଧମାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରତୀକ ଗୀତା ସିଂ ଙ୍କର ଡିସିପି ଭାବରେ ପ୍ରମୋସନ ହେବା ସହିତ ତାଙ୍କୁ କଟକ ଜିଲାକୁ ବଦଳି କରାଯାଇଛି। ତାଙ୍କ ସ୍ଥାନରେ କନ୍ଧମାଳ ଜିଲ୍ଲାର ନୂତନ ଆରକ୍ଷୀ ଅଧିକ୍ଷକ ଭାବରେ ୨୦୧୬ ମସିହାର ଆଇପିଏସ ଅଧିକାରୀ ଭିନିତ ଅଗ୍ରୱାଲ ଯୋଗ ଦେବେ ବୋଲି ଜଣା ପଡିଛି। ଭିନିତ ଅଗ୍ରୱାଲ ୨୦୧୯ ଫେବୃଆରୀ ରୁ ଅଗଷ୍ଟ ପର୍ଯ୍ୟନ୍ତ ବାଲିଗୁଡା ଏସଡିପିଓ ଭାବରେ କାର୍ଯ୍ୟ କରିଥିଲେ।
ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ


