
ହିଞ୍ଜିଳିକାଟୁ,୧୫/୦୭(ଜିଲ୍ଲା ଖବର)ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ସହରରେ ମହାମାରୀ କରୋନା ଦିନକୁ ଦିନ ବଢ଼ିବାରେ ଲାଗିଛି ଜିଲ୍ଲାର ହିଞ୍ଜିଳି ସହର ମଧ୍ୟରେ ପ୍ରତ୍ୟେକ ଦିନ କିଛି ନା କିଛି ପଜିଟିଭ୍ ଚିହ୍ନଟ ହେଉଛନ୍ତି ଏହାକୁ ଦୃଷ୍ଟିରେ ରଖି ହିଞ୍ଜିଳିପୋଲିସ ଥାନା ଅଧିକାରୀ ଅଭିମନ୍ୟୁ ଦାସଙ୍କ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ହିଞ୍ଜିଳି ସହର ରୁ କୌଣସି ଲୋକ ସହର ବାହାରକୁ ଯାଇପାରିବେନି କିମ୍ବା ସହରକୁ ବାହାର ଲୋକ ଆସି ପାରିବେନି। ଏଥିପାଇଁ ମଙ୍ଗଳବାର ସକାଳୁ ଥାନା ଆଇଆଇସି ଅଭିମନ୍ୟୁ ଦାସଙ୍କ ନେତୃତ୍ୱରେ ଥାନା ଏସଆଇ ଓ ଅନ୍ୟ ଷ୍ଟାଫ କୁ ନେଇ ବଡ଼ ଶଙ୍ଖ ଏବଂ ପୋଷ୍ଟ ଅଫିସ ଛକ ଓ ବ୍ଲକ ଛକଠାରେ ବାଇକ ଆରୋହୀ ଙ୍କୁ ଛାଡିନଥିଲେ। କେବଳ ମେଡିକାଲ କାମରେ ଆସୁଥିବା ବ୍ୟକ୍ତିଙ୍କୁ ଛଡା ଯାଉଥିବା ଦେଖିବାକୁ ମିଳିଥିଲା। ଏହା ଦ୍ୱାରା କରୋନା ଆକ୍ରାନ୍ତ ସଂଖ୍ୟା କିଛି ମାତ୍ରାରେ କମିବ ବୋଲି ଥାନା ଆଇଆଇସି ସୂଚନା ଦେଇଛନ୍ତି। ଝିପିଝିପି ବର୍ଷା ସତ୍ତ୍ୱେ ମଧ୍ୟ ହିଞ୍ଜିଳି ପୋଲିସର ଏହି କାର୍ଯ୍ୟକୁ ସହରବାସୀ ବେଶ୍ ପ୍ରଶଂସା କରିଛନ୍ତି। ତତ୍ ସହିତ ଏହା କରିବା ଦ୍ୱରା କିଛି ମାତ୍ରାରେ ପ୍ରଭାବିତ କମିବ ବୋଲି ସ୍ଥାନୀୟ ଜନସାଧାରଣ କହିଛନ୍ତି।
ରିପୋର୍ଟ ରଜନୀକାନ୍ତ ପାତ୍ର


