Monday, October 12, 2026
Home ଆଞ୍ଚଳିକ କନ୍ଧମାଳର ଟିକାବାଲିକୁ କଣ୍ଟେନମେଣ୍ଟ ଜୋନ ରୂପେ ଘୋଷଣା।

କନ୍ଧମାଳର ଟିକାବାଲିକୁ କଣ୍ଟେନମେଣ୍ଟ ଜୋନ ରୂପେ ଘୋଷଣା।

131

ବାଲିଗୁଡା,୧୫/୦୭{ଜିଲ୍ଲା ଖବର}:କନ୍ଧମାଳ ଜିଲ୍ଲାରେ ପଠାଇଥିବା ନମୁନା ମଧ୍ୟରୁ ଗତକାଲି ୬ ଜଣଙ୍କର ପଜିଟିଭ ଥିବା ଜଣା ପଡିଛି। ସଂକ୍ରମିତ ମାନଙ୍କ ମଧ୍ୟରୁ ୫ ଜଣ ପୁରୁଷ ଓ ଜଣେ ମହିଳା ଅଟନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣ ଟୀକାବାଲିର ହୋଇଥିବା ବେଳେ ଅନ୍ୟ ଜଣେ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ ସଂକ୍ରମିତ ଙ୍କ ସଂସ୍ପର୍ଶରେ ଆସି ପଜିଟିଭ ଚିହ୍ନଟ ହୋଇଥିଲେ। ସେମାନଙ୍କର ବୟସ ୧୦ ବର୍ଷ ରୁ ୫୩ ବର୍ଷ ମଧ୍ୟରେ ବୋଲି ଜଣାପଡିଛି। ସଂଖ୍ୟା ବୃଦ୍ଧି ପାଇବା ସହ ଟୀକାବାଲି ବଜାର ସମେତ ୧୭ଟି ସାହିକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ ଡ. ବୃନ୍ଦା ଡି। ଏହି ଅଞ୍ଚଳ କୁ ଲାଗିଥିବା ୧୦ଟି ଗାଁ କୁ ବଫର୍ ଜୋନ ରୂପେ ଘୋଷଣା କରିଛନ୍ତି। ଏ ନେଇ ସୂଚନା ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପ୍ରେସ ଇସ୍ତାହାରରେ ପ୍ରକାଶ ପାଇଛି।

ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ