Home ଆଞ୍ଚଳିକ କରୋନା ନିୟମ ଉଲ୍ଲଙ୍ଘନ,ତଣ୍ଡ ଗଣିଲେ ବ୍ୟବସାୟୀ।

କରୋନା ନିୟମ ଉଲ୍ଲଙ୍ଘନ,ତଣ୍ଡ ଗଣିଲେ ବ୍ୟବସାୟୀ।

40

ଜଟଣୀ,୧୫/୦୭ କରୋନା ନିୟମ ଉଲଙ୍ଘନ ଘଟଣାରେ ଜଟଣୀ ପୌରନିର୍ବାହୀ ଅଧିକାରୀ ୨୪ ଜଣଙ୍କ ଠାରୁ ୧୩ ହଜାର ୨୦୦ଟଙ୍କା ଆଦାୟ କରିଛନ୍ତି । ଜଟଣୀ ରାଜାବଜାର ଅଞ୍ଚଳରେ ଥିବା ଜ୍ୟୋତି ହ୍ୟାଣ୍ଡଲୁମ ଏହି କରୋନା ଆଇନକୁ ବାରମ୍ବାର ଅବମାନନା କରି ତଣ୍ଡ ଗଣୁଥିବା ସୂଚନା ମିଳିଛି । ଜ୍ୟୋତି ହ୍ୟାଣ୍ଡଲୁମ ସୋମବାର ମଧ୍ୟ ୫୦୦୦ ହଜାର ଟଙ୍କା ଜୋରିମାନା ଦେଇଥିଲେ ସୁଦ୍ଧା ଏଥିପ୍ରତି କୌଣସି ସଚେତନ ନଥିବା ଅଭିଯୋଗ ହୋଇଛି। ଗତ ଦୁଇମାସ ମଧ୍ୟରେ ୫ ଥର ଫାଇନ ଦେଇଥିଲେ ମଧ୍ୟ ଦୋକାନ ଖୋଲିବା ଏବଂ ଗ୍ରାହକଙ୍କ ଭିଡ଼ ଜମାଇବାରେ କୌଣସି ଅବହେଳା କରୁନାହାନ୍ତି ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ସେହିପରି ସୋମବାର ରାତି ୧୦ଟା ପର୍ଯ୍ୟନ୍ତ ଜଟଣୀ ପୌରନିର୍ବାହୀ ତପନ କୁମାର ମହାପାତ୍ର ଜଟଣୀର ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରି ୨୪ଜଣ ଅମାନିଆଙ୍କ ଠାରୁ ୧୩ ହଜାର ୨୦୦ଟଙ୍କା ଫାଇନ୍ ଆଦାୟ କରିଛନ୍ତି। ଜଟଣୀ ଥାନା ପକ୍ଷରୁ ମଙ୍ଗଳବାର ରାତି ୮ଟା ସୁଦ୍ଧା ବିଭିନ୍ନ ଅମାନିଆଙ୍କଠାରୁ ୮ହଜାର ଟଙ୍କା ଫାଇନ ଆଦାୟ କରିଛି। ବିନା ମାସ୍କ ଓ ବେଆଇନଭାବେ ଅଯଥାରେ ବାହାରେ ବୁଲୁଥିବା ଲୋକଙ୍କଠାରୁ ପୋଲିସ ଏହି ଫାଇନ ଆଦାୟ କରିଛି।

ରିପୋର୍ଟ ସଞ୍ଜୀବ କୁମାର