ପୋଖରୀ ରୁ ଜଗୁଆଳି ଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

30

ନୂଆପଡା,୧୪/୦୭(ଜିଲ୍ଲା ଖବର): ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ଯୋଗୀବାହାଳ ରେ ଏକ ପୋଖରୀ ରୁ ମୃତଦେହ ଉଦ୍ଧାର କରାଯାଇଛି !ମୃତକ ଜଣକ ଯୋଗୀବାହାଳ ଗାଁ ର ଶୋଭାରାମ ଭୋଇ (୩୫)ବୋଲି ଜଣା ପଡିଛି ! ସିନାପାଲି ଥାନା ରେ ମୃତକ ଙ୍କ ସ୍ତ୍ରୀ ତାଙ୍କ ସ୍ୱାମୀ ଗତ ୧୧ତାରିଖ ରୁ ନିଖୋଜ ଥିବା ଅଭିଯୋଗ କରିଥିବା ବେଳେ କାଲି ଅପରାହ୍ନ ରେ ଶୋଭାରାମ ଙ୍କ ମୃତଦେହ ନିକଟସ୍ଥ ପୋଖରୀ ରୁ ଉଦ୍ଧାର କରାଯାଇଛି !ମୃତ ଦେହ ଉଦ୍ଧାର ପରେ ତାଙ୍କୁ ହତ୍ୟା କରି ପୋଖରୀ ରେ ଫିଙ୍ଗିଦେଇଥିବା ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି !ସ୍ତ୍ରୀ କରିଥିବା ଅଭିଯୋଗ ଅନୁସାରେ ଶୋଭାରାମ ଉଦ୍ୟାନବିଭାଗ ରେ ଜଗୁଆଳି ଭାବେ କାର୍ଯ୍ୟରତ ଥିଲେ !ଗତ 11ତାରିଖ ଦିନ ଶୋଭାରାମ ଙ୍କ ସହକର୍ମୀ କପିଆ ଗାଁ ର ଶଙ୍କର ଖରସେଳ ସହ ଉଦ୍ୟାନ ରେ ଦିଆ ଯାଉଥିବା ଖତ କୁ ନେଇ ପାଟି ତୁଣ୍ଡ ହୋଇଥିଲା ଓ ସେହିଦିନ ଠାରୁ ଶୋଭାରାମ ନିଖୋଜ ଥିଲେ !ପରିବାର ଲୋକେ ଦୁଇ ଦିନ ଧରି ଖୋଜାଖୋଜି ପରେ ନ ମିଳିବାପରେ ସିନାପାଲି ଥାନା ରେ ଅଭିଯୋଗ କରିଥିଲେ !ଅଭିଯୋଗ କାରିବାର କିଛି ଘଣ୍ଟା ପରେ ନିକଟସ୍ଥ ପୋଖରୀରେ ତାଙ୍କ ମୃତ ଦେହ ଭାଷୁଥିବା ଦେଖିବାକୁ ମିଳିଥିଲା !ସେ ବ୍ୟବହାର କରୁଥିବା ଠେଙ୍ଗା ମଧ୍ୟ ପୋଖରୀ ହୁଡ଼ା ରେ ଥିବା ଏକ ଗଛମୂଳେ ପଡିଥିଲା !ସିନାପାଲି ପୋଲିସ ପହଂଚି ଶବ ଜବତ କରି ବ୍ୟବେଛେଦ ପଠାଗଲା !ଏନେଇ ସିନାପାଲି ଥାନା ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ତଦନ୍ତ ଜାରିରହିଛି !ଶବ ବ୍ୟବଛେଦ ପରେ ପ୍ରକୁତ କଥା ଜଣା ପଡିବ ବୋଲି ସିନାପାଲି ଥାନା ଅଧିକାରୀ ଜ୍ୟୋତି ରଞ୍ଜନ ଗୌଡ଼ କହିଛନ୍ତି !
ରିପୋର୍ଟ ନିରାକାର ମେହେର ।