
ଜଟଣୀ,୧୪/୦୭(ଜିଲ୍ଲା ଖବର)ଜଟଣୀ ବ୍ଳକ୍ ଓ ମ୍ୟୁନିସିପାଲିଟି ଅଞ୍ଚଳରେ କେତେକ ଷ୍ଟାଡିୟମ କାମ ଶେଷ ହୋଇ ସାରିଥିବା ବେଳେ ଅନ୍ୟ କେତେକ ସ୍ଥାନରେ ଏହା ପଡ଼ି ରହିଥିଲା। ରାଜ୍ୟ ସରକାରଙ୍କ ସହାୟତା ରାଶି ଆସିଥିଲେ ମଧ୍ୟ ଏହା ବିନିଯୋଗ ହୋଇପାରୁନଥିଲା। ଏବେ କରୋନା ଭୟାବହତା ଭିତରେ ଜଟଣୀ ମ୍ୟୁନିସିପାଲିଟି ଅନ୍ତର୍ଗତ ୧୨ ୱାର୍ଡରେ ଗୋଡ଼ାଧର୍ମସାଗର ଓ। କୁମାରଖାତିଆ ଅଞ୍ଚଳରେ ୧୧ ଡିସିମିଲ ଜମିରେ ଏକ ମିନିଷ୍ଟାଡ଼ିୟମ ନିର୍ମାଣ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଆସିଥିବା ସହାୟତା ରାଶି ବିନିଯୋଗ ପୂର୍ବକ ଷ୍ଟାଡିୟମ୍ର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ଆଜିକୁ ଦୀର୍ଘ ୨ରୁ ୩ବର୍ଷ ତଳେ ଖୋର୍ଦ୍ଧା ଜିଲ୍ଲା ବିଜୁ ଜନତା ଦଳର ସଭାପତି ବିଭୂତି ଭୂଷଣ ବଳବନ୍ତରାୟଙ୍କ ଉଦ୍ୟମରେ ଏହି ଷ୍ଟାଡିୟମ ନିର୍ମାଣ ପାଇଁ ୨୦ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ମାତ୍ର ଏହି ମିନି ଷ୍ଟାଡିୟମ ନିର୍ମାଣ ପାଇଁ କିଛି ଦିନ ତଳେ ବ୍ଲକ୍ ପକ୍ଷରୁ ୧୭ଲକ୍ଷ ୪୧ ହଜାର ଟଙ୍କାର ଟେଣ୍ଡର ହୋଇଛି। ଯାହା ହେଉନା କାହିଁକି ଗ୍ରାମାଞ୍ଚଳରୁ କ୍ରୀଡ଼ାର ବିକାଶ ଲକ୍ଷ୍ୟ ରଖି ଆଜି ଏହି ମିନିଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପିତ ହୋଇଛି। ପୂର୍ବତନ ବିଧାୟକ ବିଭୁତି ଭୂଷଣ ବଳବନ୍ତରାୟ ଆଜି ଏହାର ଶୁଭ ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ସୁଦର୍ଶନ ସୁନ୍ଦରାୟ,ରାଜି କିଶୋର ସ୍ୱାଇଁ, ବେଣୁଧର ମଙ୍ଗରାଜ,ବିଜୟ ପଣ୍ଡା, ସୁଧାକର ଜେନା,ସୁଶାନ୍ତ ହରିଚନ୍ଦନ, ବଳରାମ ମଙ୍ଗରାଜ,ଶିବ ରାଉତରାୟ,ମନୋଜ ସ୍ବାଇଁ,ଶଶାଙ୍କ ଶେଖର ରାୟ,କୈଳାଶ ଚନ୍ଦ୍ର ମହାପାତ୍ର,ଶଶିକାନ୍ତ ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ।
ରିପୋର୍ଟ ସଞ୍ଜୀବ କୁମାର



