
ଗଜପତି,୨୩/୭( ପ୍ରଭାତ କୁମାର ପାତ୍ର ): ପାରଳାଖେମୁଣ୍ଡି ଜଙ୍ଗଲ ଜମିରୁ ଆଦିବାସୀମାନଙ୍କୁ ଉଛେଦ କରିବାକୁ ଉଚ୍ଚତମ ଦେଇଥିବା ରାୟର ପୂନଃବିଚାର କରି ଜଙ୍ଗଲ ଅଧିକାର ଆଇନର ସଠିକ କାର୍ଯ୍ୟକାରୀ କରିବା ଦାବିରେ ଅଖିଳ ଭାରତ କିଷାନ ମଜଦୁର ସଭା ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି। ଦାବି ତୁରନ୍ତ ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ବିକ୍ଷୋଭ କାରିମାନେ ଚେତାବନୀ ଦେଇଛନ୍ତି। ସୋମବାର ପାରଳାଖେମୁଣ୍ଡି ବସଷ୍ଟାଣ୍ଡ ନିକଟରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା। ଏଆଇକେଏମ ଏସ ନେତା ଜଗନ୍ନାଥ ମିଶ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଦଣ୍ଡପାଣି ରଇତ , କେଦାର ଶବର, ଟିସନ ଭୂୟାଁ ପ୍ରମୁଖଙ୍କ ସମେତ ଶତାଧିକ ଆଦିବାସୀ ସାମିଲ ହୋଇଥିଲେ।



