
ଆସିକା ୧୩/୦୭(ଜିଲ୍ଲା ଖବର) : ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ଦୃତଗତିରେ ବଢିବାରେ ଲାଗିଛି।ବିଶେଷ କରି ଆସିକା ଅଞ୍ଚଳରେ ପ୍ରତିଦିନ ଶହେରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେବା ସହ କୋଭିଡ୍ କେୟାର ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ସଚେତନ ଓ ସାବଧାନ ଗୋଟିଏ ମାତ୍ର ବାଟ ହୋଇଥିବା ବେଳେ ଗୋଷ୍ଠୀ ସଂକ୍ରମଣକୁ ପ୍ରତିହତ ଆସିକା ବିଜ୍ଞାପିତ ପରିଷଦ ଅଞ୍ଚଳ ପକ୍ଷରୁ ପୁଣି ଥରେ ସାତଦିନିଆ ସଡ୍ ଡାଉନ ଘୋଷଣା କରାଯାଇଛି। ଜୁଲାଇ ୧୯ପର୍ଯ୍ୟନ୍ତ ଆସିକା ଅଞ୍ଚଳ ସଡ୍ ଡାଉନ ରହିବ ବୋଲି ସ୍ଥାନୀୟ ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି।
ରତ୍ନାକର ଶୀୟ


