Wednesday, October 14, 2026
Home ଜିଲ୍ଲା କନ୍ଧମାଳ କଣ୍ଟେନମେଣ୍ଟ ଜୋନ ଯୋଗୁଁ ମିଳିଲାନି ଆମ୍ବୁଲାନ୍ସ ସେବା

କଣ୍ଟେନମେଣ୍ଟ ଜୋନ ଯୋଗୁଁ ମିଳିଲାନି ଆମ୍ବୁଲାନ୍ସ ସେବା

53

ଫୁଲବାଣୀ,୧୩-୦୭-୨୦୨୦{ଜ଼ିଲ୍ଲା ଖବର}: କନ୍ଧମାଳ ଜିଲା ରାଇକିଆ ଅଞ୍ଚଳରେ ଗତକାଲି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ସୂଚନା ପ୍ରକାରେ କଗତକାଲି ରାଇକିଆ ବ୍ଲକ୍ ସୁଗଡ଼ବାଡ଼ି ଗ୍ରାମର ସୁନା ନାୟକଙ୍କ ସାତ ବର୍ଷର ପୁଅ ବାଲୁଙ୍କେଶ୍ୱର ନାୟକର ସ୍ୱାସ୍ଥ୍ୟ ଖରାପ ହେବାରୁ ପରିବାର ଲୋକେ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ କିନ୍ତୁ ରାଇକିଆ ବ୍ଲକ ବିଭିନ୍ନ ଅଞ୍ଚଳ ବର୍ତମାନ କଣ୍ଟେନମେଣ୍ଟ ଜୋନ୍ ରେ ଥିବାରୁ ଆମ୍ବୁଲାନ୍ସ ଗାଁ ପର୍ଯ୍ୟନ୍ତ ପହଁଚି ନ ପାରି ପାଖାପାଖି ଚାରି କିଲୋମିଟର ପାଟୁଳି ଠାରେ ଅଟକି ଥିଲା |
ପରିବାର ଲୋକେ ପାଖାପାଖି ଚାରି କିଲୋମିଟର ଆଣିବା ପରେ ପାଟୁଳି ଠାରୁ ଆମ୍ବୁଲାନ୍ସରେ ରାଇକିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଁଚିଥିଲେ । ପ୍ରାଥମିକ ଚିକିତ୍ସାପରେ ସେଠାରୁ ଡାକ୍ତର ବାଲୁଙ୍କେଶ୍ୱର କୁ ଫୁଲବାଣୀ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ । କିନ୍ତୁ ଫୁଲବାଣୀ ଯିବାପାଇଁ ଡାକ୍ତରଖାନା ପକ୍ଷରୁ କୌଣସି ବ୍ୟବସ୍ଥା ନଥିବାରୁ ଶିଶୁଟିର ମୃତ୍ୟୁ ହୋଇଥିଲା ଏହାପରେ ମଧ୍ୟ ଡାକ୍ତରଖାନା ପକ୍ଷରୁ ଶବ ନେବାପାଇଁ କୌଣସି ବ୍ୟବସ୍ଥା ନଥିବାରୁ ଶେଷରେ ଏକ ମୋଟରସାଇକେଲରେ ଶିଶୁର ଶବକୁ ପରିବାର ଲୋକେ ଘରକୁ ନେଇଥିବା ଜଣାପଡିଛି |
ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ