Friday, November 13, 2026
Home ଆଞ୍ଚଳିକ ମନରେଗା କାର୍ଯ୍ୟ ପାଇଁ ବଟି ନଦେଲେ ଜୈନିକ ସମ୍ବାଦିକ କାର୍ଯ୍ୟ କରେଇ ଦେଉନାହାନ୍ତି ବୋଲି...

ମନରେଗା କାର୍ଯ୍ୟ ପାଇଁ ବଟି ନଦେଲେ ଜୈନିକ ସମ୍ବାଦିକ କାର୍ଯ୍ୟ କରେଇ ଦେଉନାହାନ୍ତି ବୋଲି ଜଗନ୍ନାଥ ପ୍ରସାଦ ସରପଞ୍ଚ ଙ୍କ ଅଭିଯୋଗ

466

ଜଗନ୍ନାଥ ପ୍ରସାଦ,୧୩/୭(ଜିଲ୍ଲା ଖବର) : ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ପଂଚାୟତ ରେ ଚାଲିଥିବା ମନରେଗା କାର୍ଯ୍ୟ ରୁ ବଟି ନ ଦେଲେ ବିଭିନ୍ନ ଅଯଥା ଅଭିଯୋଗ କରି ଜୈନିକ ସାମ୍ବାଦିକ ବ୍ୟଘାତ ସୃଷ୍ଟି କରୁଛନ୍ତି ବୋଲି ଜଗନ୍ନାଥ ପ୍ରସାଦ ସରପଞ୍ଚ ଦେବୀ ପ୍ରସାଦ ମହାପାତ୍ର ଗଣମାଧ୍ୟମ ଆଗରେ ଅଭିଯୋଗ କରିଛନ୍ତି।
ଜଗନ୍ନାଥ ପ୍ରସାଦ ପଂଚାୟତ ଚିକିଲି ଗ୍ରାମ ଠାକୁରାଣୀ ଠାରୁ ହାତୀ- ଆଗୁଳ ରାସ୍ତାରେ ମୋରମ ପକା କାର୍ଯ୍ୟ ଚାଲିଛି,ଓ ୬୦ଟ୍ରିପ ମୋରମ ଆଣିବା ପାଇଁ ସରପଞ୍ଚ ଶ୍ରୀ ମହାପାତ୍ର ଜଗନ୍ନାଥ ପ୍ରସାଦ ବି.ଡି.ଓ ଙ୍କୁ ଲିଖିତ ଦେଇଛନ୍ତି ଓ ୪ଗୋଟି ଟାକ୍ଟର ଓ ଗୋଟିଏ ଜେସିବି ଲଗା ଯାଇ ମୋରମ ଅଣାଯିବ ବୋଲି ଗାଡି ନମ୍ବର ମଧ୍ୟ ଉଲେଖ କରିଛନ୍ତି। ବି.ଡି.ଓ ମଧ୍ୟ ତହସିଲଦାର ଙ୍କୁ ମୋରମ ଯୋଗେଇଦେବା ପାଇଁ ପତ୍ର କରିଛନ୍ତି,ସେହି ଆଧାର ରେ କାର୍ଯ୍ୟ ଚାଲିଥିବା ବେଳେ ଉକ୍ତ ସମ୍ବାଦିକ ବଟି ଦିଅ ନ ହେଲେ ଖବର କାଢ଼ିଦେବି କହିଥିଲେ।ସେହିପରି କାର୍ଯ୍ୟ ଠାରୁ ବହୁତ ଦୂର ରାସ୍ତା ରେ ମୋରମ ନ ଥିବା ଓ କାର୍ଯ୍ୟ ସାରି ଫେରୁଥିବା ଚାରି ଗୋଟି ଟାକ୍ଟର ଓ ଗୋଟିଏ ଜେସିବି କୁ ତହସିଲଦାର ଜବତ କରିଥିଲେ ବୋଲି ଗାଡିର ଡ୍ରାଇଭର ମାନେ ମଧ୍ୟ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ଆଗରେ ବୟାନ ଦେଇଛନ୍ତି।
ବଟି ନଦେଲେ ମନରେଗା କାର୍ଯ୍ୟ କରେଇ ଦେବେ ନାହିଁ ଓ ଖବର ଛାପିଛି ଓ ଆହୁରି ଛାପିବି ବୋଲି ଉକ୍ତ ସମ୍ବାଦିକ କହୁଥିବାରୁ, ଜଗନ୍ନାଥ ପ୍ରସାଦ ସରପଞ୍ଚ ଦେବୀ ପ୍ରସାଦ ମହାପାତ୍ର ଏହାର ତୀବ୍ର ନିନ୍ଦା କରିଛନ୍ତି। କୋରନା ସମୟରେ ରାଜ୍ୟ ସରକାର ମନରେଗା କାର୍ଯ୍ୟ ରେ ବିନିଯୋଗ ହୋଇ ଜନସାଧାରଣ ଙ୍କୁ ଅର୍ଥ ଯୋଗେଇଦେବା ଵ୍ୟଵସ୍ଥା କରୁଥିବା ବେଳେ ଉକ୍ତ ସମ୍ବାଦିକ ନିଜ ସ୍ୱାର୍ଥ ପାଈଁ ବଟି ମାଗିବା ନିନ୍ଦନୀୟ ଘଟଣା ବୋଲି ସରପଞ୍ଚ ଓ ସାଧାରଣରେ ତୀବ୍ର ନିନ୍ଦା କରା ଯାଉଛି।
ରିପୋର୍ଟ-ନିରାକାର ସାହୁ