
ବାଲିଗୁଡା-୧୩/୦୭{ଜିଲ୍ଲା ଖବର}:ଦାରିଙ୍ଗବାଡ଼ି ଥାନା କିରୀକୁଟି ପଞ୍ଚାୟତର ଆଦିବାସୀ ଗ୍ରାମ ହେଉଛି ଲୁଦୁବାନ୍ଦା ସେହି ଗ୍ରାମରେ ଗତକାଲି ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ବିଲରେ ଟ୍ରାକ୍ଟର ଦ୍ୱାରା ଚାଷ କରୁଥିବା ସମୟରେ ଟ୍ରାକ୍ଟରଟି ଓଲଟି ପଡ଼ିବାରୁ ଚାଳକ ଟ୍ରାକ୍ଟରରେ ଚାପି ହୋଇ ବିଲରେ ମୃତ୍ୟୁ ବରଣ କରିଥିଲେ। ମୃତକ ଜଣକ ହେଲେ ଲୁଦୁବାନ୍ଦା ଗ୍ରାମର ଉଦ୍ଧବ ପ୍ରଧାନ ତାଙ୍କର ବୟସ ୪୫ ବର୍ଷ ବୋଲି ଜଣା ପଡିଛି। ଘଟଣା ସମ୍ପର୍କରେ ଖବର ପାଇ ଦାରିଙ୍ଗବାଡ଼ି ଥାନା ଅଧିକାରୀ କୌଶିକ ମାଝୀଙ୍କ ତତ୍ତ୍ୱାବଧାନରେ ଏଏସ୍ଆଇ ଦିଗାମ୍ବର ମଲ୍ଲିକ ସଦଳବଳେ ଘଟଣାସ୍ଥଳକୁ ଯାଇ ସେଠାରେ ଶବ ଜବତ କରିଥିଲେ। ଏନେଇ ଥାନା ଅଧିକାରୀ ଶ୍ରୀ ମାଝୀ ଏକ ମାମଲା ରୁଜୁ କରି ଏହାର ତଦନ୍ତ ଚାଲିଥିବାର କହିଛନ୍ତି।
ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ



