ଆସିକା,୧୨/୦୭(ଜିଲ୍ଲା ଖବର) : ୧୨ ଜୁଲାଇ ୨0୨0 ରିଖ ଦିନ ଆସିକା ବିଜ୍ଞାନ ମହାବିଦ୍ୟାଳୟ ର ୫୨ ତମ ପ୍ରତିଷ୍ଠା ଦିବସ ଵିଧି ଅନୁସାରେ ପ୍ରତି ବର୍ଷ ଭଳି ପାଳିତ ହୋଇଯାଇଛି. ସରକାର ଙ୍କ କୋଭିଡ ନିୟମକୁ ଆଖିଆଗରେ ରଖି ଉପସ୍ଥିତ କର୍ମଚାରୀ ମାନେ ସାମାଜିକ ଦୂରତ୍ୱ ରକ୍ଷା କରିବା ସହ ନିଜ ନିଜ ମୁହଁ ର ପାଟି ଓ ନାକ କୁ ମାସ୍କ ଦ୍ୱାରା ଆବଦ୍ଧ କରି ନିରାଡ଼ମ୍ବର ସହ ଵିଧି ବିଧାନ ନିମନ୍ତେ ପ୍ରତିଷ୍ଠା ଦିବସ ଟିକୁ ପାଳନ କରିଥିଲେ. ଆଜିର ଦିବସରେ ମହାବିଦ୍ୟାଳୟର କୌଣସି ଛାତ୍ର ଛାତ୍ରୀ ଉପସ୍ଥିତ ନଥିଲେ. ଅଧ୍ୟକ୍ଷ ଙ୍କ ପ୍ରକୋଷ୍ଠ ମଧ୍ୟରେ ଠାକୁର ଙ୍କ ଫୋଟ ରେ ପୁଷ୍ପ ଓ ଧୂପ ଦେଇ ପୂଜାର୍ଚନା କରାଯାଇଥିଲା. ଆଜିର ଏହି ସାଧାରଣ କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ପ୍ରଶାସନିକ ଅଧିକାରୀ ତଥା ବାଣିଜ୍ୟ ବିଭାଗ ର ମୁଖ୍ୟ ପ୍ରଫେସର କେଦାର ନାଥ ପଣ୍ଡା, ପୁରାତନ ଛାତ୍ର ସଂସଦ ର ସାଙ୍ଗଠନିକ ସମ୍ପାଦକ ତଥା ସୂଚନା ଓ ପ୍ରଯୁକ୍ତି ବିଭାଗ ର ଅଧ୍ୟାପକ ଶ୍ରୀ ସରୋଜ କୁମାର ପଣ୍ଡା, ପୁରାତନ ଛାତ୍ର ସଂସଦର ସକ୍ରିୟ ସଭ୍ୟ ତଥା ଅଧ୍ୟାପକ ଶ୍ରୀ ସୁଧୀର କୁମାର ସାହୁ, ଅଧ୍ୟାପକ ଶ୍ରୀ ସାରଥୀ ଗମାଙ୍ଗ, ଶ୍ରୀ ଦୟାନିଧି ବଡରଇତ, ଅଧ୍ୟାପିକା ବନଶ୍ରୀ ମହାନ୍ତି, ସସ୍ମିତା ପାତ୍ର, ପଦ୍ମାବତୀ ଗମାଙ୍ଗ, ସାଇଲ ଝା, ଜୀତୀନ ସବା, ଗଣେଶ ବହାଦୁର ଗୁରୁମ, ଉଛବ ନାୟକ ପ୍ରମୁଖ ଉପସ୍ଥିତ ଥିଲେ.


