Saturday, November 14, 2026
Home ଆଞ୍ଚଳିକ କୋରନା ରେ ଦୁଇ ସମ୍ବାଦିକ ମୃତ୍ୟୁ: “ଜଗନ୍ନାଥ ପ୍ରସାଦ ୱେବ ମିଡ଼ିଆ ସମ୍ବାଦିକ...

କୋରନା ରେ ଦୁଇ ସମ୍ବାଦିକ ମୃତ୍ୟୁ: “ଜଗନ୍ନାଥ ପ୍ରସାଦ ୱେବ ମିଡ଼ିଆ ସମ୍ବାଦିକ ସଂଘ” ତରଫରୁ ଶୋକ ସଭା’

153

ଜଗନ୍ନାଥ ପ୍ରସାଦ,୧୨/୦୭(ଜିଲ୍ଲା ଖବର) : କୋକୁଆ ଭୟରେ ସାରା ଗଞ୍ଜାମ ଜିଲ୍ଲା ଏବେ ଭୟଭୀତ । ସଂକ୍ରମିତ ଓ ମୃତୁ ସଂଖ୍ୟାରେ ଆଗୁଆ ଗଞ୍ଜାମ ଜିଲ୍ଲା । କୋରୋନାର ସ୍ଥିତି ବିଗିଡି ବାରେ ଲାଗିଛି । କୋରୋନା ଯୋଦ୍ଧା ମାନେ ହେଉଛନ୍ତି ଆକ୍ରାନ୍ତ । ଗତକାଲି ଓଡ଼ିଶାର ପ୍ରଥମେ ଗଂଜାମ ଜିଲ୍ଲା ହିଞ୍ଜିଳିର ସାମ୍ବାଦିକ ପ୍ରିୟଦର୍ଶୀ ପଟ୍ଟନାୟକ କୋବିଡ ଯୁଦ୍ଧ ରେ ହାରିଗଲେ,ଆଜି ଗଜପତି ଜିଲ୍ଲାର ବରିଷ୍ଠ ସାମ୍ବାଦିକ ସି . ଏଚ . ରତ୍ନମ, ରାଜ୍ୟରେ ଦ୍ବିତୀୟ ସାମ୍ବାଦିକ ରୂପେ କୋବିଡ ରେ ପ୍ରାଣତ୍ଯାଗ କଲେ। ରାଜ୍ୟ ସରକାର ସାମ୍ବାଦିକ ଙ୍କୁ କୋବିଡ ଯୋଦ୍ଧା ମାନ୍ୟତା ଦେଇ ସହାୟତା ରାଶି ୧୫ ଲକ୍ଷ ଘୋଷଣା କରିଛନ୍ତି। ଅନ୍ୟ କୋବିଡ ଯୋଦ୍ଧାଙ୍କ ଠାରୁ ସାମ୍ବାଦିକଙ୍କ କାର୍ଯ୍ୟଶୈଳୀ ଅଧିକ ବିପଦ ପୂର୍ଣ୍ଣ। ତେଣୁ ଅନ୍ୟ ମାନଙ୍କ ଭଳି ଆମର ଦୁଇ ଦିବଂଗତ ସାମ୍ବାଦିକଙ୍କୁ ଉଭୟ ଗଞ୍ଜାମ ଓ ଗଜପତି ଜିଲ୍ଲା ପ୍ରଶାସନ କରୋନା ଯୋଦ୍ଧାର ମାନ୍ୟତା ପ୍ରଦାନ ସହ ଉଭୟଙ୍କ ପରିବାରକୁ ସହାୟତା ରାଶି ଦିଆଯିବାକୁ “ଜଗନ୍ନାଥ ପ୍ରସାଦ ୱେବ ମିଡ଼ିଆ ସଂଘ” ପକ୍ଷରୁ ମୂଖ୍ଯମନ୍ତ୍ରୀଙ୍କୁ ନିବେଦନ କରାଯାଉଛି।ହେଲେ ସାମ୍ବାଦିକଙ୍କ ମୃତୁକୁ ନେଇ ଓଡ଼ିଶାର ସାମ୍ବାଦିକ ମାନେ ବିଭିନ୍ନ ସ୍ଥାନରେ ଶୋକ ସଭା କରିଥିବା ବେଳେ ଆଜି “ଜଗନ୍ନାଥ ପ୍ରସାଦ ୱେବ ମିଡ଼ିଆ ସାମ୍ବାଦିକ ସଂଘ ‘ର ନିରାକାର ସାହୁ,ପବିତ୍ର ପ୍ରସାଦ ମହାପାତ୍ର,ମୃତଞ୍ଜୟ ପଣ୍ଡା,ଗିରିଷ ସାହୁ,ସୂର୍ଯ୍ୟନାରାୟଣ ପଣ୍ଡା,ଚିତ୍ତରଞ୍ଜନ ଗନ୍ତାୟତ, ଓ ପ୍ରିୟବ୍ରତ ନାୟକ, ପ୍ରମୁଖ ସମ୍ବାଦିକ ଜଗନ୍ନାଥ ପ୍ରସାଦ ହନୁମାନ ମନ୍ଦିର ରେ ଠାରେ ଶୋକ ସଭାର ଆୟୋଜନ କରି କୋରୋନା ରେ ମୃତ କରିଥିବା ସାମ୍ବାଦିକଙ୍କ ଆତ୍ମାର ସଦଗତି ପାଇଁ ନିରବ ପ୍ରାଥନା କରି ପୂଜା ଓ ଶ୍ରଦ୍ଧାଞ୍ଜଳି ଜଣେଇଥିଲେ।

ରିପୋର୍ଟ-ନିରାକାର ସାହୁ