
ଜଟଣୀ,୧୧/୦୭(ଜିଲ୍ଲା ଖବର) ଗତକାଲି ଜଟଣୀ ପୌରପରିଷଦ ଅଧୀନ ୱାର୍ଡ ନଂ ୨୩ର କୁଦିଆରୀ ଅଞ୍ଚଳର ଜଣେ ବ୍ୟକ୍ତି ଆକ୍ରାନ୍ତ ହୋଇଥିବା ବେଳେ ୱାର୍ଡ଼ ନଂ୧୦ର ବଡ଼ନୂଆଗାଁ ଅଞ୍ଚଳର ଜଣେ ବୃଦ୍ଧ ଆକ୍ରାନ୍ତ ହୋଇଥିବା ଜଟଣୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ସୁପରିଟେଣ୍ଡେଣ୍ଟଙ୍କ ଠାରୁ ସୁଚନା ମିଳିଛି। କୁଦିଆରୀ ଅଞ୍ଚଳର ବ୍ୟକ୍ତି ଜଣକ ପୁରୀସ୍ଥିତ ଏକ ସରକାରୀ କାର୍ଯ୍ୟାଳୟରେ କାମ କରୁଥିବାବେଳେ ସ୍ବାବ୍ ଟେଷ୍ଟ ପରେ କରୋନ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା। ଏବଂ ଜଟଣୀ ବିଏସଏଫ କ୍ୟାମ୍ପରେ ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି। ସେହିପରି ଶୁକ୍ରବାର ଜଟଣୀ ପୌରପରିଷଦ ନୂଆଗାଁ ଅଞ୍ଚଳର ଜଣେ ୭୩ ବର୍ଷୀୟ ବୃଦ୍ଧ ଜଣକ ଏମ୍ସ ହସ୍ପିଟାଲରେ ଚିକିତ୍ସା ପାଇଁ ଯାଇଥିବା ବେଳେ ତାଙ୍କର ସ୍ବାବ ଟେଷ୍ଟରେ କରେନା ଆକ୍ରାନ୍ତ ଥିବା ସୂଚନା ମିଳିଥିଲା। ଉକ୍ତ ଆକ୍ରାନ୍ତଙ୍କ ଘର ବଡ଼ନୂଆଗାଁ ରେ ହୋଇଥିବା ବେଳେ ସେ ରେତଙ୍ଗକଲୋନୀରେ ରହନ୍ତି। ଆକ୍ରାନ୍ତ ବୃଦ୍ଧଙ୍କୁ କୋଭିଡ ହସ୍ପିଟାଲକୁ ପଠାଯାଇଥିବା ବେଳେ ରବିବାର କୁଦିଆରୀ ଅଞ୍ଚଳର ଆକ୍ରାନ୍ତଙ୍କୁ ପଠାଇଦିଆଯିବ ବୋଲି ସୂଚନା ମିଳିଛି ।
ରିପୋର୍ଟ ସଞ୍ଜୀବ କୁମାର



