Saturday, November 14, 2026
Home ଆଞ୍ଚଳିକ ମନିଅର୍ଡର ଓ ଟଙ୍କା ଦେଣନେଣ କରିବାକୁ ମନା କରୁଛି ଜଗନ୍ନାଥ ପ୍ରସାଦ ଡାକ ବିଭାଗ,,

ମନିଅର୍ଡର ଓ ଟଙ୍କା ଦେଣନେଣ କରିବାକୁ ମନା କରୁଛି ଜଗନ୍ନାଥ ପ୍ରସାଦ ଡାକ ବିଭାଗ,,

349

ଜଗନ୍ନାଥ ପ୍ରସାଦ,୧୧/୦୭(ଜିଲ୍ଲା ଖବର) : ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ରେ ସ୍ୱାଧୀନତା ପୂର୍ଵ ରୁ ପ୍ରତିଷ୍ଠିତ ତଥା କଇଠପଲ୍ଲି ସାହି ଠାରେ ଆଜକୁ ୪୦ ବର୍ଷ ରୁ ଉର୍ଦ୍ଧ ହେଲା ଡାକ କର୍ଯ୍ୟାଳୟ ଭଡା ଘରେ ଚାଲିଛି।ସାଧାରଣ ବ୍ୟକ୍ତି ପାଇଁ ଏଠି କୌଣସି ସୁବିଧା ନାହିଁ।ଲୋକ ମାନେ ଖରା ରେ ଠିଆ ହୋଇ ଡାକ କାର୍ଯ୍ୟ ପାଇଁ ଅପେକ୍ଷା କରନ୍ତି।ଜେନେରେଟର ଖତ ଖାଉଛି।ବାରମ୍ବାର ବିଜୁଳି କଟିଲେ ଡାକ କାର୍ଯ୍ୟ ଠପ୍ ହେଇଯାଉଛି ତେଣୁ ଲୋକମାନେ ଘଣ୍ଟା ଘଣ୍ଟା ଅପେକ୍ଷା କରୁଛନ୍ତି।ସାଧାରଣ ଲୋକ ଙ୍କ ବସିବା ପାଇଁ କୌଣସି ବ୍ୟବସ୍ଥା ନାହିଁ,ଲୋକ ମାନେ ଠିଆ ହୋଇ ଡାକ କାର୍ଯ୍ୟ କରୁଥିବା ସ୍ଥାନରେ ପଙ୍ଖାର ବ୍ୟବସ୍ଥା ମଧ୍ୟ ନାହିଁ,ଫଳରେ ଅସହ୍ୟ ଖରା ରେ ଲୋକ ମାନେ ଘଣ୍ଟା ଘଣ୍ଟା ଠିଆ ହେଉଛନ୍ତି।ବିକଳାଙ୍ଗ ବ୍ୟକ୍ତି ଡାକ କାର୍ଯ୍ୟାଳୟ ଯିବା ପାଇଁ ମଧ୍ୟ କୌଣସି ସ୍ଲୋପ ବ୍ୟବସ୍ଥା ନାହିଁ। କୋରନା ମହମାରି ସମୟରେ ଡାକ କାର୍ଯ୍ୟାଳୟ କୁ ଆସୁଥିବା ବ୍ୟକ୍ତି ମାନଙ୍କ ପାଇଁ ସାନିଟାଇଜର ,ପାନୀୟ ଜଳ ର ବ୍ୟବସ୍ଥା ଭି ନାହିଁ।ସବୁଠୁ ଗୁରୁତ୍ୟ ଅଭିଯୋଗ ବିଷୟ ହେଲା ଡାକ ବିଭାଗ ଖୋଲା ରହୁଥିଲେ ମଧ୍ୟ ସାଧାରଣ ଜନତା ଙ୍କ ଅର୍ଥ ଦେଣନେଣ କରିବାକୁ ମନା କରୁଛନ୍ତି।ଟଙ୍କା ଉଠାଣ,ଜମା କରିବାକୁ ମନା କରିବା ସହ ମନିଅର୍ଡର କରିବାକୁ ମଧ୍ୟ ମନା କରୁଛନ୍ତି। ସୂଚନା ଅଧିକାର ଆଇନ ବଳରେ ସୂଚନା ପ୍ରାପ୍ତ ପାଇଁ ମନିଅର୍ଡର କରିବା ପାଇଁ ଆମ ପ୍ରତିନିଧି ନିରାକାର ସାହୁ ଆଜି ଡାକ କର୍ଯ୍ୟାଳୟ କୁ ଯାଇଥଲେ, କିନ୍ତୁ ଡାକ ପୋଷ୍ଟମାଷ୍ଟ୍ର ଜଗନ୍ନାଥ ସାହୁ ମନିଅର୍ଡର କରିବା ପାଈଁ ମନା କଲେ,ଓ କହିଲେ ଟଙ୍କା ସଂବଧିୟ କୌଣସି କାର୍ଯ୍ୟ କରା ଯିବ ନାହିଁ, ଏହାର କାରଣ ପଚାରିବାରୁ ସେ କହିଲେ ଆସ୍କା ସ୍ଥିତ ଡାକ ଅଧିକ୍ଷକ ଆମକୁ ମନା କରିଛନ୍ତି,ସେହି ନିର୍ଦ୍ଦେଶ ଦେଖାଅ କହିବାରୁ ସେ କହିଲେ ମୌଖିକ କହିଛନ୍ତି।ଏଠି ପ୍ରଶ୍ନ ଉଠୁଛି ଅତି ଆବଶ୍ୟକ ସ୍ଥଳରେ ମୌଖିକ ନିର୍ଦ୍ଦେଶ ବଳରେ ମନିଅର୍ଡର କରା ନଯିବା କେତେ ଅପରାଧ। ସୂଚନା
ଅଧିକାର ଆଇନ ପାଇଁ ନିର୍ଦ୍ଦିଷ୍ଟ ସମୟ ରେ ଟଙ୍କା ପଠାଇବା ପାଇଁ ନିୟମ ଥିବାରୁ ଡାକ ବିଭାଗ ମନିଅର୍ଡର କରିବାକୁ ମନା କଲେ ,ଅସୁବିଧା ପାଇଁ ସେମାନେ ଦାୟୀ ରହିବେକି ବୋଲି ସମ୍ବାଦିକ ଶ୍ରୀ ସାହୁ ପ୍ରଶ୍ନ କରିଛନ୍ତି? ଏଥି ସମନ୍ଧରେ ଶ୍ରୀ ସାହୁ ଭଞ୍ଜନଗର ଡାକ ସହ- ଅଧିକ୍ଷକଙ୍କ ସହ ଯୋଗ ଯୋଗ କରିବାରୁ ମନିଅର୍ଡର କରିବା ପାଇଁ ସେମିତି କିଛି ଲିଖିତ ନିର୍ଦ୍ଦେଶ ନାହିଁ ବୋଲି କହିଲେ,ସେହିପରି ଆସ୍କା ସ୍ଥିତ ଡାକ ଅଧିକ୍ଷକଙ୍କ ସହ ମଧ୍ୟ ମୋବାଇଲ ଯୋଗେ ଯୋଗ ଯୋଗ କରିବାରୁ ମଧ୍ୟ ସେ ତାହାର ରିସିଭ କରି ନଥିଲେ।ଡାକ ବିଭାଗ ର ଏତାଦୃଶ୍ୟ କାର୍ଯ୍ୟ ର ତଦନ୍ତ ପାଈଁ ଶ୍ରୀ ସାହୁ ଦାବି କରିବା ସହ ଡାକ ବିଭାଗ ର ଅବ୍ୟବସ୍ଥାର ସୁଧାର କରା ଯାଉ ବୋଲି ସାଧାରଣରେ ରେ ଦାବି ହେଉଛି।

ରିପୋର୍ଟ-ନିରାକାର ସାହୁ