Sunday, October 11, 2026
Home ଆଞ୍ଚଳିକ କରୋନା ଆତଙ୍କ ସମୟରେ ସାନିଟାଇଜର ମାଧ୍ୟମରେ ପାଣି ସିଞ୍ଚନ

କରୋନା ଆତଙ୍କ ସମୟରେ ସାନିଟାଇଜର ମାଧ୍ୟମରେ ପାଣି ସିଞ୍ଚନ

81

ବାଲିଗୁଡା-୧୧/୦୭{ଜିଲ୍ଲା ଖବର}:କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦରେ କରୋନା ମହାମାରୀର ମୁକାବିଲା ପାଇଁ ଅହରହ ଚେଷ୍ଟା ଜାରି ରହିଛି। ବାଲିଗୁଡା ରେ ଜୁଲାଇ ମାସରେ ସବୁ ଶନିବାର ଓ ରବିବାର ଦିନ ସଟଡାଉନ ଜାରି ରହିଛି। ଆଜି ଦ୍ୱିତୀୟ ପର୍ଯ୍ୟାୟ ସଟଡାଉନ ଜାରି ରହିଥିବା ବେଳେ ଆଜି ସକାଳ ୬ଟାରୁ ସୋମବାର ସକାଳ ୬ଟା ଯାଏଁ କନ୍ଧମାଳ ଜିଲ୍ଲାରେ ୪୮ ଘଣ୍ଟିଆ ସଟଡାଉନ ଜାରି ରହିବ। ଏହି ସମୟରେ ଅତ୍ୟାବଶ୍ୟକ ସେବା କୁ ଛାଡି ଅନ୍ୟ ସବୁ ସେବା ବନ୍ଦ ରହିଛି। କନ୍ଧମାଳ ଜିଲ୍ଲାରେ କରୋନା ସଂକ୍ରମଣ କୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ସଟଡାଉନ ଘୋଷଣା କରିଛନ୍ତି। ଏହି ପରିପ୍ରେକ୍ଷୀରେ ବାଲିଗୁଡା ଟାଉନ ଓ ବସଷ୍ଟାଣ୍ଡ ଭିତରେ ଫାୟାରଷ୍ଟେସନ ଗାଡିରେ ସୋଡିୟମ ହାଇଡ୍ରୋ କ୍ଲୋରାଇଡ ମିଶା ପାଣି ଛିଞ୍ଚନ କରାଯାଇଥିବାର ଦେଖିବାକୁ ମିଳିଥିଲା।

ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ