Saturday, November 14, 2026
Home ଆଞ୍ଚଳିକ ପୁଲିସ ଓ ଦଲାଲଙ୍କ ମଧୁଚନ୍ଦ୍ରିକାରେ ଚାଲିଛି ବେଆଇନ ମଇଁଷି ଚାଲାଣ… ୨ ଗାଡ଼ି, ୩...

ପୁଲିସ ଓ ଦଲାଲଙ୍କ ମଧୁଚନ୍ଦ୍ରିକାରେ ଚାଲିଛି ବେଆଇନ ମଇଁଷି ଚାଲାଣ… ୨ ଗାଡ଼ି, ୩ ଗିରଫ

23

ବ୍ରହ୍ମପୁର,୧୦/୭(ଜିଲ୍ଲା ଖବର) : ଗୋଳନ୍ଥରା ଥାନା ଅନ୍ତର୍ଗତ ମଦନମୋହନପୁର ମାଟିଆ ସାହି ଅଞ୍ଚଳରୁ ଗତ କିଛି ମାସ ଧରି ବେଆଇନ ଭାବେ ମଇଁଷି ଚାଲାଣ ହେଉଥିବାକୁ ନେଇ ସ୍ଥାନୀୟ ଓ ଏହାର ଆଖପାଖ ଅଞ୍ଚଳର କିଛି ଲୋକେ ପୁଲିସକୁ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାକୁ ନେଇ ଅଭିଯୋଗ ହୋଇଛି । ଏହି ମଇଁଷି ଚାଲାଣର ଚେର ମଦନମୋହନ ପୁର ମାଟିଆ ଗାଁ ଠାରୁ ଆରମ୍ଭ କରି ଆନ୍ଧ୍ର ପ୍ରଦେଶ ପଯ୍ୟନ୍ତ ଲମ୍ବିଥିବା ଜଣାପଡିଛି । ଗଞ୍ଜାମ ଜିଲ୍ଲା ହଳଦିଆପଦର ବସଷ୍ଟାଣ୍ଡ ନିକଟସ୍ଥ ମଦନମୋହନପୁର ମାଟିଆ ଗାଁରେ ପ୍ରତ୍ୟହ ଦିନ ୧୦ରୁ ଉର୍ଦ୍ଧ ଗାଡ଼ିରେ ସନ୍ଧ୍ୟା ୭ ଘଣ୍ଟା ଠାରୁ ରାତ୍ର ୧୨ ଘଣ୍ଟା ସମୟରେ ଆନ୍ଧ୍ରପ୍ରଦେଶକୁ ଚାଲାଣ କରାଯାଉଥିବା ସୂଚନା ମିଳିଥିଲା । ପୁଲିସକୁ ଖବର ଦିଆଯାଇଥିଲେ ମଧ୍ୟ ପୁଲିସ ଘଟଣା ସ୍ଥଳେ ପହଞ୍ଚି ନଥିଲା । ପରେ ବଜରଙ୍ଗଦଳ, ବିଶ୍ଵ ହିନ୍ଦୁ ପରିଷଦ ଓ ଗୋସେବା ସଂଗଠନର କର୍ମକର୍ତ୍ତାବଜରଙ୍ଗ ଦଳ ଜିଲ୍ଲା ସଂଯୋଯୋଗ ନୀଳାଚଳ ବିଷୋୟୀ, ମହାନଗର ଗୋରକ୍ଷକ ପ୍ରମୁଖ ଗଣେଶ ସାହୁ, ଏନ୍ ବାଳକୃଷ୍ଣ ରେଡ୍ଡୀ, ବିଶ୍ଵ ହିନ୍ଦୁ ପରିଷଦ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଡକ୍ଟର ଭବାନୀ ଶଙ୍କର ଦାସ, କେଶୋରୀୟା ହିନ୍ଦୁ ବାହିନୀ ଜିଲ୍ଲା ବରିଷ୍ଟ ଉପ ସଭାପତି ମଧୁସୂଦନ ସାହୁ ଏବଂ ଗୋ ସେବା ସଂଗଠନ ସଭାପତି ଲଲାଟେନ୍ଦୁ ଚୌଧୁରୀ ମିଳିତ ଉଦ୍ୟମରେ ଗୋଳନ୍ଥରା ଜାତୀୟ ରାଜପଥ ଛକ ଠାରେ ଛଡାଉ କରାଯାଇ ଗୋଟେ ଗାଡ଼ିକୁ କାବୁ କରାଯାଇଥିବା ବେଳେ ଅନ୍ୟ ୩ଟି ଗାଡ଼ି ଚାଲିଯାଇଥିବା ସୂଚନା ମିଳିଛି । କାବୁ କରାଯାଇଥିବା ଗାଡ଼ିଟିକୁ ପୁଲିସକୁ ହସ୍ତାନ୍ତର କରାଯାଇଛି । ପରେ ଗୋଳନ୍ଥରା ଥାନା ଅଧିକାରୀ ଘଟଣା ସ୍ଥଳେ ପହଞ୍ଚି ତଦାରଖ କରିବା ସହ ମଦନମୋହନପୁର ମାଟିଆ ଗାଁକୁ ଯାଇ ଅନ୍ୟ ଏକ ଗାଡ଼ିକୁ ଜବତ କରିବା ସହ ଡ୍ରାଇଭରକୁ ଗିରଫ କରିଥିଲେ । କରୋନା ମହାମାରୀ ସମୟରେ ବାହାର ରାଜ୍ୟ ରୁ କିଭଳି ବିନା ଲାଇସେନ୍ସରେ ଏତେ ମାତ୍ରାରେ ଓଡ଼ିଶା ଭିତରେ ପ୍ରବେଶ କରୁଛି ବର୍ତ୍ତମାନ ତାହା ସବୁଠାରୁ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଗାଡି ଡ୍ରାଇଭରର କହିବା ଆନୁଯାଇ ଆନ୍ଧ୍ରପ୍ରଦେଶକୁ ଚାଲାଣ ପ୍ରତିଦିନ କରୁଥିବା ସ୍ୱୀକାର କରିଛି । ଉକ୍ତ ଗାଁରେ ଶହ ଶହ ସଂଖ୍ୟାରେ ମଇଁଷି ଚାଲାଣ କରାଯାଉ ଥିଲେ ମଧ୍ୟ ସ୍ଥାନୀୟ ଥାନା ଅଧିକାରୀ ଚୁପ୍ ଯୋଗୁଁ ପୁଲିସ ପ୍ରଶାସନ ଓ ଦଲାଲଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଚାଲିଛି ବୋଲି ସ୍ଥାନୀୟ ଲୋକେ ଚର୍ଚ୍ଚା କରୁଛନ୍ତି। ତୁରନ୍ତ ପ୍ରଶାସନ ଏହି ବେଆଇନ କାରବାର ଉପରେ ଦୁଷ୍ଟି ଦେଇ ମାଫିଆ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।