Tuesday, October 13, 2026
Home ଆଞ୍ଚଳିକ ରାଷ୍ଟ୍ର ଉଦ୍ଦେଶ୍ୟରେ ୭୫୦ ମେଗାୱାଟ ରେୱା ସୌର ପ୍ରକଳ୍ପ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ

ରାଷ୍ଟ୍ର ଉଦ୍ଦେଶ୍ୟରେ ୭୫୦ ମେଗାୱାଟ ରେୱା ସୌର ପ୍ରକଳ୍ପ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ

19
photo:pib

ନୂଆଦିଲ୍ଲୀ,୧୦-୦୭-୨୦୨୦: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶରେ ରେୱାଠାରେ ୭୫୦ ମେଗାୱାଟ ବିଶିଷ୍ଟ ସୌର ଶକ୍ତି ପ୍ରକଳ୍ପକୁ (୧୦.୦୭.୨୦୨୦) ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ୧୫୦୦ ହେକ୍ଟର ପରିମିତ ଅଞ୍ଚଳରେ ଥିବା ସୌର ଉଦ୍ୟାନରେ ୫୦୦ ହେକ୍ଟର ପରିମିତରେ ଥିବା ଏହି ସୌର ପ୍ରକଳ୍ପର ୩ଟି ୟୁନିଟରୁ ୨୫୦ ମେଗାୱାଟ କରି ସୌରଶକ୍ତି ଉତ୍ପାଦିତ ହେବ । ରେୱା ଅଲଟ୍ରା ମେଗା ସୌର ଲିମିଟେଡ (ଆରୟୁଏମଏସଏଲ), ମଧ୍ୟପ୍ରଦେଶ ଊର୍ଜା ବିକାଶ ଲିମିଟେଡ ଓ ଭାରତ ସୋଲାର ଏନର୍ଜୀ ନିଗମର ମିଳିତ ଉଦ୍ୟମରେ ଏହି ପ୍ରକଳ୍ପ ନିର୍ମିତ ହୋଇଛି ।

ଆରୟୁଏମଏସଏଲକୁ ଏହି ଉଦ୍ୟାନ ଲାଗି ୧୩୮ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ସୌର ଉଦ୍ୟାନଟି ନିର୍ମିତ ହେବା ପରେ ଏହାର ବିଭିନ୍ନ ୟୁନିଟରୁ ସୌର ଶକ୍ତି ଉତ୍ପାଦନ ଆରମ୍ଭ କରାଯାଇଥିଲା । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦ୍ୟମରେ ନିର୍ମିତ ରେୱା ସୌର ପ୍ରକଳ୍ପ ଅନ୍ୟାନ୍ୟ ରାଜ୍ୟମାନଙ୍କ ନିମନ୍ତେ ଏକ ଉଦାହରଣ ପାଲଟିବ । ବିଦ୍ୟୁତ ଶୁଳ୍କ ଦୃଷ୍ଟିରୁ ସମଗ୍ର ଦେଶରେ ଏହି ପ୍ରକଳ୍ପ ଖୁବ ମିତବ୍ୟୟୀ । ସୌର ଶକ୍ତି ଶୁଳ୍କ ୨୦୧୭ରେ ୟୁନିଟ ପିଛା ୪.୫୦ ଟଙ୍କା ଥିବା ବେଳେ ରେୱା ପ୍ରକଳ୍ପରୁ ମିଳୁଥିବା ସୌର ଶକ୍ତି ୟୁନିଟ ପିଛା ୨.୯୭ ଟଙ୍କା ଧାର୍ୟ୍ୟ ହୋଇଥିଲା । ଏହି ପ୍ରକଳ୍ପ ଯୋଗୁଁ ବାର୍ଷିକ ୧୫ ଲକ୍ଷ ଟନ ପର୍ୟ୍ୟନ୍ତ ଅଙ୍ଗାରକାମ୍ଳ ବାଷ୍ପ ହ୍ରାସ ପାଇବ ।

ଉଦ୍ଭାବନ ଓ ନିର୍ମାଣ ଶୈଳୀ ଦୃଷ୍ଟିରୁ ଏହି ପ୍ରକଳ୍ପ ଦେଶ ଓ ଦେଶ ବାହାରେ ବେଶ ସ୍ଵୀକୃତି ଲାଭ କରିଛି । ଏହା ଉଦ୍ଭାବନ ପାଇଁ ବିଶ୍ଵ ବ୍ୟାଙ୍କ ଅଧ୍ୟକ୍ଷଙ୍କ ପୁରସ୍କାର ପାଇଛି । ଏହି ଅକ୍ଷୟ ଶକ୍ତି ପ୍ରକଳ୍ପ ଦେଶରେ ରାଜ୍ୟ ବାହାରେ ଅନ୍ୟମାନଙ୍କୁ ଶକ୍ତି ଯୋଗାଇବାରେ ଦେଶର ପ୍ରଥମ ପ୍ରକଳ୍ପ ବିବେଚିତ ହୋଇଛି । ପ୍ରକଳ୍ପରୁ ଶତକଡା ୨୪ ଭାଗ ସୌରଶକ୍ତି ଦିଲ୍ଲୀ ମେଟ୍ରୋ ନେଉଥିବା ବେଳେ ଅବଶିଷ୍ଟ ୭୬ ଭାଗ ମଧ୍ୟପ୍ରଦେଶ ରାଜ୍ୟର ଡ଼ିସକମ ନେଉଛି । ଏହି ରେୱା ପ୍ରକଳ୍ପ ଯୋଗୁଁ ଆଗାମୀ ୨୦୨୨ ସୁଦ୍ଧା ଦେଶରେ ୧୭୫ ଗିଗାୱାଟ ସୌରଶକ୍ତି ଧାର୍ୟ୍ୟ ଲକ୍ଷ୍ୟ ହାସଲ କରିବାରେ ରେୱା ପ୍ରକଳ୍ପ ବିଶେଷ ସହାୟତ ହେବ ।