ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର-୨୦୨୦ ପାଇଁ ପ୍ରାର୍ଥୀପତ୍ର ଦାଖଲ ଅବଧି ବଢ଼ିଲା

47
ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର-

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର-2020ର ମନୋନୟନ ପାଇଁ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ (ଡବ୍ଲୁସିଡି) ତରଫରୁ ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖକୁ ସେପ୍ଟେମ୍ବର 30, 2019 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଅନଲାଇନ ମାଧ୍ୟମରେ www.nca-wcd.nic.in ୱେବ ପୋର୍ଟାଲରେ ଯୋଗ୍ୟ ପ୍ରାର୍ଥୀମାନେ ଆବେଦନ କରିପାରିବେ ।

ଦେଶର ପ୍ରତିଭାବାନ ଶିଶୁ, ବ୍ୟକ୍ତି ବିଶେଷ ଓ ପ୍ରତିଷ୍ଠାନମାନଙ୍କୁ ସମ୍ମାନିତ କରିବା ପାଇଁ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ତରଫରୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ଆରମ୍ଭ କରାଯାଇଛି । ବାଲ ଶକ୍ତି ଓ ବାଲ କଲ୍ୟାଣ ଆଦି ଦୁଇଟି ବର୍ଗରେ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ ।

ବାଲ ଶକ୍ତି ପୁରସ୍କାରର ଲକ୍ଷ୍ୟ ହେଉଛି ନବୋନ୍ମେଷ, ପାଠପଢ଼ା, କଳା, ସଂସ୍କୃତି, ସମାଜସେବା ଓ ସାହସିକତା କ୍ଷେତ୍ରରେ ଅସାଧାରଣ ସଫଳତା ହାସଲ କରିଥିବା ପିଲାମାନଙ୍କୁ ସ୍ୱୀକୃତି ପ୍ରଦାନ କରିବା । ସେହିପରି ଶିଶୁ ବିକାଶ, ଶିଶୁ ସୁରକ୍ଷା ଓ ଶିଶୁ କଲ୍ୟାଣ କ୍ଷେତ୍ରରେ ସେବା କାର୍ଯ୍ୟ କରିଥିବା ବ୍ୟକ୍ତିବିଶେଷ ଓ ଅନୁଷ୍ଠାନମାନଙ୍କୁ ସ୍ୱୀକୃତି ପ୍ରଦାନ ସ୍ୱରୂପ ବାଲ କଲ୍ୟାଣ ପୁରସ୍କାର ପ୍ରଦାନ କରାଯାଇଥାଏ । www.nca-wcd.nic.inରେ ପୁରସ୍କାର ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ନିର୍ଦ୍ଦେଶାବଳୀ ରହିଛି । ଏହି ପୁରସ୍କାର ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସର ପୁର୍ବ ସପ୍ତାହରେ ରାଷ୍ଟ୍ରପତିଙ୍କ ଦ୍ୱାରା ପ୍ରଦାନ କରାଯାଇଥାଏ ।

(ସ୍ରୋତ-ପିଆବି)