Home ଅପରାଧ ଫିରିଙ୍ଗିଆ ଠାରେ ଗଞ୍ଜେଇ ଜବତ; ୪ ଗିରଫ

ଫିରିଙ୍ଗିଆ ଠାରେ ଗଞ୍ଜେଇ ଜବତ; ୪ ଗିରଫ

124


ଫିରିଙ୍ଗିଆ,୦୯-୦୭-{ଜ଼ିଲ୍ଲା ଖବର}: କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ଥାନା ପକ୍ଷରୁ ଏକ ଧଳା ଟାଟା ଜେଷ୍ଟ ଇସିଏସ କାରରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଫିରିଙ୍ଗିଆ ପୋଲିସ ଗଞ୍ଜେଇ ମାଫିଆ କୁ ଧରିଥିବାର ଖବର ମିଳିଛି । ସୂଚନା ଅନୁସାରେ ଏକ କାରରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇ ସ୍ଥାନୀୟ ଆଇଆଇସି ଶ୍ୟାମ ସୁନ୍ଦର ରାଓ ନିଜର ଏକ ପୋଲିସ ଟିମକୁ ଆଗରୁ ପବିଙ୍ଗିଆ ଠାରେ ମୁତୟନ କରିଥିଲେ। ସ୍ଥାନୀୟ ଥାନା ଏସଆଇଙ୍କ ନେତୃତ୍ୱରେ ଆଜି ସକାଳୁ ପୋଲିସ ପବିଙ୍ଗିଆ ଠାରେ ରାସ୍ତାରେ ଯାତାୟାତ କରୁଥିବା ଗାଡି ଗୁଡିକୁ ଯାଞ୍ଚ କରୁଥିବା ବେଳେ ଗଞ୍ଜେଇ ନେଇ ଯାଉଥିବା ଏକ ଧଳା ରଙ୍ଗର ଟାଟା ଜେଷ୍ଟ କାରକୁ ଅଟକେଇ ସେଥିରୁ ତିନି ଗୋଟି ବସ୍ତାରେ ଥିବା ୧୦୧ କେଜି ୯୦୦ ଗ୍ରାମ ଗଞ୍ଜେଇ ଜବତ କରିଥିଲେ । ଫିରିଙ୍ଗିଆ ଏକ ହିରୋ ହଣ୍ଡା ସ୍ପେଲେଣ୍ଡର ମୋଟର ସାଇକଲ ସହ ୪ ଜଣକୁ ଗିରଫ କରି କେଶ ନମ୍ବର ୫୭/୨୦ ଫିରିଙ୍ଗିଆ ଥାନାରେ ଏକ ମାମଲା ରୁଜୁ କରିଛନ୍ତି | ଥାନା ଆଇଆଇସି ଶ୍ୟାମ ସୁନ୍ଦର ରାଓ ଏମାନଙ୍କୁ କୋର୍ଟ ଚାଲାଣ କରିଥିବା ପ୍ରକାଶ ପାଇଛି ।
ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ