Saturday, November 14, 2026
Home ଆଞ୍ଚଳିକ ମିଡିଆର ପ୍ରଭାବରେ ଜଳସେଚନ ବିଭାଗୀୟ ଯନ୍ତ୍ରୀଙ୍କ କାର୍ଯ୍ୟଦେଶ ତତ୍ପରତା

ମିଡିଆର ପ୍ରଭାବରେ ଜଳସେଚନ ବିଭାଗୀୟ ଯନ୍ତ୍ରୀଙ୍କ କାର୍ଯ୍ୟଦେଶ ତତ୍ପରତା

34

ବ୍ରହ୍ମପୁର,୯/୦୭(ଜିଲ୍ଲା ଖବର) : ବ୍ରହ୍ଣପୁର ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ଅଧିନସ୍ଥ ହିଞ୍ଜିଳି ଓ ବ୍ରହ୍ମପୁର ସବ ଡିଭିଜନ ଅନ୍ତର୍ଗତ ଗୌତମୀ, କୁକୁଡାଖଣ୍ଡି, ବ୍ରହ୍ମପୁର ଓ ଗୋଳନ୍ଥରା କନିଷ୍ଟ ଯନ୍ତ୍ରୀଙ୍କ ଅଧୀନରେ ଥିବା ଋଷୁକୁଲ୍ୟ ମୁଖ୍ୟ କେନାଲ ଓ ୧୦ ନମ୍ବର କେନାଳ ବିଭାଗୀୟ ଯନ୍ତ୍ରୀଙ୍କ ଦ୍ୱାରା କାର୍ଯ୍ୟାଦେଶ ସଟଡାଉନ ଘୋଷଣା ହେତୁ ସମ୍ପୂର୍ଣ୍ଣ କେନାଳ କାର୍ଯ୍ୟ ବନ୍ଦ ହୋଇ ରହିଥିଲା । ବର୍ଷା ପୂର୍ବରୁ କେନାଳରେ ପାଣି ଆସିବା ପାଇଁ କିଛି ଚାଷୀ ଓ ପାଣିପଞ୍ଚାୟତ ସଭାପତିଙ୍କ ଅଭିଯୋଗ ହୋଇଥିଲା Iଅଭିଯୋଗ ପ୍ରକାରରେ ସୋମବାର ଦିନ ମିଡିଆ ଦୈନିକ ଖବର କାଗଜ ରେ ପ୍ରକାଶିତ ହୋଇଥିଲା ।ପ୍ରଚାର ପ୍ରସାରିତ ହେବା ପରେ ନିର୍ବାହୀ ଯନ୍ତ୍ରୀ ଙ୍କ ଚେତା ପଶିଥିଲା ।ବର୍ତ୍ତମାନ ଚାଷୀ ଭାଇଙ୍କ ଯେଉଁ ଅଭିଯୋଗ ହୋଇଛି ସେଗୁଡିକ ଦୁଇ ଦିନ ଧରି ଜେସେବୀ ସାହାଯ୍ୟରେ ଖନନ ସହ ମୁଖ୍ୟ କେନାଲର ଶାଖା ଗୁଡିକକୁ ମରାମତି କରାଯାଇଛି Iଋଷୁକୁଲ୍ୟ ମୁଖ୍ୟ କେନାଲରେ ବିଭାଗୀୟ ଯନ୍ତ୍ରୀଙ୍କ ଶଙ୍କର ବେହେରାଙ୍କ ତତ୍ୱାବଧାନରେ ଜେସିବି ମେସିନ ସାହାଯ୍ୟରେ କେନାଲର ଦୁଇପଟ ହିଡ଼ କାର୍ଯ୍ୟ ମଧ୍ୟ କରାଯାଇଛି I ଋଷୁକୁଲ୍ୟ ମୁଖ୍ୟ କେନାଲର ଶାଖା ଗୁଡିକ ରୋହିଗାଁ ଓ ସାତପାଣ୍ଡିଆ କେନାଲର ପାଣି ତଳ ସ୍ତର ଯିବା ପାଇଁ ଚାଷୀମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିବା ହେତୁ ସେଗୁଡିକ ମଧ୍ୟ ସଫା କରାଯାଇଛି l ଏବେ କେନାଲ ର ତଳ ସ୍ତର ଢିପକୁ ମାଟି ଘାଷ ବାହାର କରାଯାଇଛି ।ଯାହାଫଳରେ ମୁଖ୍ୟ କେନାଲର ଆଉଟ ଲେଟ ଗୁଡିକରେ ପାଣି ବାହାରିବା ଆଉ ସମସ୍ୟା ରହିବ ନାହିଁ Iଏହି ସବୁ କାର୍ଯ୍ୟ ଯଥା ଶୀଘ୍ର ହୋଇଥିବା ହେତୁ ଚାଷୀଭାଇଙ୍କ ମନରେ ଖୁସି ପ୍ରକଟ ହୋଇ ବିଭାଗୀୟ ଯନ୍ତ୍ରୀଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି । ଆଗାମୀ ବର୍ଷ ଏହି ଭୁଲ ଯେପରି ନହେବ ଚାଷୀ ଭାଇମାନେ ମତପ୍ରକାଶ କରିଛନ୍ତି ।

ରିପୋର୍ଟ: ପ୍ରଫୁଲ୍ଲ ସାବତ