ଆଠଗଡ଼ ବନଖଣ୍ଡ ରେ ହାତୀ ଆତଙ୍କ।

186

କଟକ,୦୯/୦୭(ଜିଲ୍ଲା ଖବର): ଆଠଗଡ଼ ବନଖଣ୍ଡକୁ ପୁଣି ଥରେ ଫେରିଲେ ଚନ୍ଦକା ଜଙ୍ଗଲି ହାତୀପଲ। ବହୁତ୍ ଦିନର ବ୍ୟବଧାନ ପରେ ଆଜି ଆଠଗଡ଼ ରେ ଦେଖିବାକୁ ମିଳିଛି ହାତୀ ଆତଙ୍କ। ଆଜି ସକାଳେ ଆଠଗଡ଼ ରୁ ମୁଣ୍ଡଳି କୁ ସଂଯୋଗ କରୁଥିବା ରାସ୍ତା ର ଡାଳଖାଇ ମନ୍ଦିର ପାଖରେ ଦେଖିବାକୁ ମିଳିଥିଲା ଏହି ୨୦ ଟିକିଆ ହାତୀ ପଲ। ହାତୀ ରାସ୍ତା ପାର୍ ସମୟ ରେ ରାସ୍ତା ର ଉଭୟ ପାର୍ଶ୍ୟ ରେ ବହୁ ସଂଖ୍ୟକ ଗାଡ଼ି ଅଟକି ରହିଥିଲା। ଆଠଗଡ଼ ବନ ବିଭାଗ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ହାତୀ ପଲକୁ ଘଉଡାଇବା ପରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିଲା।

ରିପୋର୍ଟ ଯଶୋବନ୍ତ ବେହେରା