
କନ୍ଧମାଳ,୦୯/୦୭{ଜିଲ୍ଲା ଖବର}: କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା କଟାପଡି ଗାଁ ରେ ଘଟିଯାଇଛି ମର୍ମନ୍ତୁଦ ମୋଟରସାଇକେଲ ଦୁର୍ଘଟଣା।ସୂଚନା ପ୍ରକାରେ ବୁଧବାର ରାତିରେ ନିଜ ଗ୍ରାମ ପରମପଙ୍ଗା ରୁ ତୁମୁଡିବନ୍ଧ ମୋଟରସାଇକେଲରେ ଯାଉଥିବା ବେଳେ ଜାତୀୟ ରାଜପଥ ୫୯ କଟାପଡ଼ି ଗ୍ରାମ ନିକଟରେ ଅଜଣା ଗାଡି ଧକ୍କା ଦେବା ଫଳରେ ମୋଟରସାଇକେଲ ଚାଳକଙ୍କ ମୃତ୍ୟୁ ହୋଇଥିଲା। ମୃତକ ଙ୍କ ନାମ ପ୍ରମୋଦ ମଲିକ ଓ ସେ ପରମପଙ୍ଗା ଗ୍ରାମର ଜଣାପଡିଛି। ଆଜି ସକାଳେ ଘଟଣା ସ୍ଥଳରେ ତୁମୁଡିବନ୍ଧ ପୋଲିସ ପହଞ୍ଚି ଶବକୁ ଜବତ କରିବା ସହିତ ଶବ ବ୍ୟବଛେଦ ପାଇଁ ଡାକ୍ତରଖାନାକୁ ପଠାଇ ତଦନ୍ତ ଚଲାଇଛି।
ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ



