Home ଆଞ୍ଚଳିକ “ପ୍ରାଣ ବିନ୍ଦୁ ‘ରକ୍ତଦାନ ଶିବିର

“ପ୍ରାଣ ବିନ୍ଦୁ ‘ରକ୍ତଦାନ ଶିବିର

112

ଜଟଣୀ,୮/୦୭(ଜିଲ୍ଲା ଖବର) : ସମ୍ପ୍ରତିକ କରୋନା ସଂକ୍ରମଣ ପରିପ୍ରେକ୍ଷୀରେ କୌଣସି ବ୍ୟକ୍ତି ଯେପରି ରକ୍ତ ଅଭାବରୁ ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ନହୁଅନ୍ତି ତାହାକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଆଗେଇ ଆସିଛି ମା ନାରାୟଣୀ ଯୁବକସଙ୍ଘ ପଦନପୁର l ଜଟଣୀ ବ୍ଲକ ଅନ୍ତର୍ଗତ ପଦନପୁର ପଂଚାୟତର ପଦନପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ନରାୟଣୀ ଯୁବକ ସଙ୍ଘ ଆନୁକୂଲ୍ୟରେ ସଙ୍ଘର ସଭାପତି ସୁରେଶ ମହାପାତ୍ର, ସମ୍ପଦକ ଶ୍ରୀ ଅମିତ କୁମାର ମହାନ୍ତି ତଥା ସଂଘର ସଦସ୍ୟ ସମସ୍ତ ସଦସ୍ୟ ମାନେ ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମ କୁ ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ କାରକମଳରେ ଶୁଭଉଦଘାଟନ କରିଥିଲେ l ଜଟଣୀ ନାଗରିକ କମିଟିର ସଭାପତି କ୍ୟାପଟେନ ମନ୍ମଥ ରାଉତରାୟ, ଏକ୍ସ ସର୍ଭିସମ୍ୟାନ ଆଶ୍ସୋସିଏସନର ସଭାପତି ସୁରେଶ କୁମାର ଛୋଟରାଏ, ସମାଜସେବୀ ପ୍ରମୋଦ ହରିଚନ୍ଦନ, ବାବୁଲି ମହାନ୍ତି ପ୍ରମୁଖ ବହୁ ମାନ୍ୟଗଣ ବ୍ୟକ୍ତି ଏଥିରେ ଅଂଶଗ୍ରହଣ କରିଥିଲେ l ଏହି କାର୍ଯ୍ୟକ୍ରମରେ 40 ୟୁନିଟ ରକ୍ତ ସଂଗ୍ରହ କରା ଯାଇଥିଲା l
ରିପୋର୍ଟ ସଞ୍ଜିବ ବେହେରା ।