ଛତ୍ରପୁର,୮/୭ (ଜିଲ୍ଲା ଖବର) : ଛତ୍ରପୁର ବ୍ଲକ୍ ଭିକାରିପଲ୍ଲୀ ପଞ୍ଚାୟତ ବ୍ରାହ୍ମଣିଆପଲ୍ଲୀ ଗ୍ରାମରୁ ଆଜି ଜଣେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ପଜିଟିଭ୍ ଚିହ୍ନଟ ପରେ ପଞ୍ଚାୟତ ସରପଞ୍ଚ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ସରପଞ୍ଚ ଧବଳେଶ୍ୱର ପ୍ରଧାନ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ବ୍ରାହ୍ମଣିଆପଲ୍ଲୀ ଗାଁକୁ ୭ଦିନ ପାଇଁ ସଟ୍ଡାଉନ୍ ଘୋଷଣା କରିଛନ୍ତି । ଗାଁର ସମସ୍ତ ପ୍ରବେଶ ପଥକୁ ସିଲ କରାଯାଇଛି । ଏଥିସହ ଉକ୍ତ ଗ୍ରାମବାସୀଙ୍କୁ ଗ୍ରାମ ବାହାରକୁ ଯିବାକୁ ବାରଣ କରାଯାଇଛି । ସରପଞ୍ଚ ଶ୍ରୀ ପ୍ରଧାନ କୌଣସି ଜରୁରୀ ନଥିଲେ ଗ୍ରାମରୁ ବାହାରକୁ ନ ବାହାରିବା ପାଇଁ ଗ୍ରାମବାସୀଙ୍କୁ ପରାମର୍ଶ ଦେଇଛନ୍ତି ।
ରିପୋର୍ଟ ଅଶୋକ କୁମାର ବେହେରା ।


