Friday, November 13, 2026
Home ଆଞ୍ଚଳିକ ଭୁବନେଶ୍ୱର ସାଂସଦଙ୍କ ବିରୋଧରେ ଥିବା ମିଥ୍ୟାରୋପକୁ ପ୍ରତିହାର ପ୍ରସଙ୍ଗରେ, ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଛତ୍ରପୁର ବିକାଶ ମଞ୍ଚ...

ଭୁବନେଶ୍ୱର ସାଂସଦଙ୍କ ବିରୋଧରେ ଥିବା ମିଥ୍ୟାରୋପକୁ ପ୍ରତିହାର ପ୍ରସଙ୍ଗରେ, ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଛତ୍ରପୁର ବିକାଶ ମଞ୍ଚ ପକ୍ଷରୁ ସ୍ମାରକ ପତ୍ର ପ୍ରଦାନ

36

ଛତ୍ରପୁର,୮/୭ (ଜିଲ୍ଲା ଖବର) : ସାଂସଦ ଅପରାଜିତା ଷଡଙ୍ଗୀଙ୍କ ବିରୋଧରେ ଭୁବନେଶ୍ୱର ବିଏମ୍‌ସି ପକ୍ଷରୁ ମିଥ୍ୟାରୋପ କାର୍ଯ୍ୟାନୁଷ୍ଠାନ ହୋଇଛି ଏହାକୁ ଗଞ୍ଜାମ ଜିଲ୍ଲା ଛତ୍ରପୁର ବିକାଶ ମଞ୍ଚ ପକ୍ଷରୁ ତୀବ୍ର ନିନ୍ଦା ପ୍ରକାଶ କରିଛି । ତାଙ୍କ ବିରୋଧରେ ଯାହା ସବୁ ମିଥ୍ୟାରୋପ ଅଙ୍କୁଶ ଲଗାଯାଇଛି ତାହାକୁ ପୁର୍ନବିଚାର କରି ତାହାକୁ ପ୍ରତ୍ୟାହୃତ କରାଯାଉ ବୋଲି ବୁଧବାର ଓଡିଶା ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କୁ ବିକାଶ ମଞ୍ଚ ପକ୍ଷରୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ।
ସାଂସଦଙ୍କ ବିରୋଧରେ ଯାହା ସବୁ ଆରୋପ ରହିଛି ସେସବୁ ଭିତ୍ତିହୀନ ଏବଂ ବାସ୍ତବରେ ଏହା ସତ ନୁହେଁ । ଶ୍ରୀମତି ଷଡଙ୍ଗୀ ଦୀର୍ଘ ୨୫ ବର୍ଷ ଧରି ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଭାବେ ବହୁ ପଦଧିକାରୀରେ କାର୍ଯ୍ୟ କରିଛନ୍ତି ଏବଂ ତତ୍ ସଂଗେ ସଂଗେ ଓଡିଶା ସରକାରଙ୍କ ଅଧୀନରେ ବହୁ ପଦବୀ ଯଥା ଛତ୍ରପୁର ଠାରେ ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ ଠାରୁ ଆରମ୍ଭ କରି ଜିଲ୍ଲାପାଳ, ଉଚ୍ଚଶିକ୍ଷା ବିଭାଗ କମିଶନର, ପଞ୍ଚାୟତରାଜ ବିଭାଗର କମିଶନର ଭାବେ ନିଜ ଦାୟିତ୍ୱ ନିର୍ବାହ କରିଥିଲେ । ସେ ଜଣେ ଦକ୍ଷ ପ୍ରଶାସିକା ଭାବେ ସାରା ଓଡିଶାରେ ନିଜେ ସୁନାମ ଅର୍ଜନ କରିଛନ୍ତି । ତାଙ୍କ ବିରୋଧରେ ସମସ୍ତ ମିଥ୍ୟାରୋପକୁ ପ୍ରତ୍ୟାହର କରାଯିବା ପାଇଁ ଛତ୍ରପୁର ବିକାଶ ମଞ୍ଚ ପକ୍ଷରୁ ଦାବି ହୋଇଥିଲା । ଏହି ଦାବି ପତ୍ର ପ୍ରଦାନ ବେଳେ ପ୍ରଦୀପ କୁମାର ପାଢୀ, ପୂର୍ବତନ ନଗରପାଳ ତଥା ବିକାଶ ମଞ୍ଚର ସଭାପତି ରାମଚନ୍ଦ୍ର ବେହେରା,ତାରକେଶ୍ୱର ପଣ୍ଡା, ବି.ଦଣ୍ଡପାଣି, ସୁରଳ କୁମାର ଗୌଡ, ଏମ୍‌.ହାଡୁ ରେଡ୍ଡୀ, ଜି.ତ୍ରିନାଥ ରେଡ୍ଡୀ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ ଅଶୋକ କୁମାର ବେହେରା ।