Saturday, November 14, 2026
Home ଆଞ୍ଚଳିକ କରୋନା କରୁଛି କଲବଲ: ବଢ଼ୁଛି ବଜାର ଦର, ଖାଉଟି ହନ୍ତସନ୍ତ, ଯୋଗାଣ ବିଭାଗ ନିଧଡ଼କ

କରୋନା କରୁଛି କଲବଲ: ବଢ଼ୁଛି ବଜାର ଦର, ଖାଉଟି ହନ୍ତସନ୍ତ, ଯୋଗାଣ ବିଭାଗ ନିଧଡ଼କ

11

ଛତ୍ରପୁର,୮/୭(ଜିଲ୍ଲା ଖବର) : (ଜିଲ୍ଲା ଖବର)ଖାଉଟି ବଜାରରେ ଲାଗିଛି ନିଆଁ। ହୁ ହୁ ହୋଇ ବଢ଼ିଚାଲିଛି ପନିପରିବା ଆଉ ତେଜରାତି ସାମଗ୍ରୀ ଦର । ବଜାରରେ ବର୍ତ୍ତମାନ ଖାଇବା ତେଲ, ଡାଲି, ଚିନି ଓ ଅଟା ଦର ବଢ଼ି ଚାଲିଛି । ଯୋଗାଣ ବିଭାଗ ଏସବୁ ​ବେଆଇନ କାର୍ଯ୍ୟ ପ୍ରତି କୋହଳ ମନୋଭାବ ଆପଣାଇଛି । ଏ ସମସ୍ୟା ଦେଖିବାକୁ ଯୋଗାଣ ବିଭାଗରେ ବି କର୍ମଚାରୀ ନାହାନ୍ତି। ଏପଟେ ଲୋକମାନକୁ କରୋନା ଚିନ୍ତା ଘାରୁ ଥିବା ବେଳେ ତା ଠାରୁ ବିଭିନ୍ନ ସାମଗ୍ରୀ ମହଙ୍ଗା ବେଶି ଘାରିଲାଣି l ଲୋକମାନଙ୍କ ଜୀବିକା କରୋନା ନେଇଯାଇଥିବା ବେଳେ ନିଜ ଜୀବନ ଓ ପରିବାର ର ଜୀବନ ପାଇଁ ତ ଦୁଇ ମୁଠା ଖାଇବାକୁ ତେଣୁ ନିହାତି ଗରିବ ଓ ଅସହାୟ ଲୋକମାନେ ବଜାରରେ ସଉଦା କିଣିବା ଟା ତାଙ୍କ ପାଖରେ ସମ୍ଭବ ହେଉନଥିବା ଜଣାପଡୁଛି l

ରିପୋର୍ଟ ଅଶୋକ କୁମାର ବେହେରା ।